ବିମାନ ଉଡାଣ ପରୀକ୍ଷଣ ଶେଷ, ୯ତାରିଖରେ ଉଦଘାଟନ ।

0 493

ମାଲକାନଗିରି,୦୭/୦୧(ପିପିଟି) : ଆଜି ମାଲକାନଗିରି ନିକଟସ୍ଥ ନବ ନିର୍ମିତ ବିମାନ ଚଳାଚଳ ପଡ଼ିଆରେ ଭୁବନେଶ୍ୱରରୁ ଆସି ଥିବା ଭିଟି-୧୦୦ ବିମାନକୁ ଟ୍ରାଏଲ ବେସିସରେ ଉଡାଣ କରାଯାଇଛି। ଉଡାଜାହାଜ ପଡିଆର ରନ୍ ୱେ ପ୍ରସ୍ଥ ୩୦ ମିଟର ଏବଂ ଦୈର୍ଘ ୧୬୨୦ ମିଟର ହୋଇଛି । ଆବଶ୍ୟକ ସ୍ଥଳେ ଏହାକୁ ୧୭୦୦ ମିଟରକୁ ସଂପ୍ରସାରଣ କରାଯାଇ ପାରିବ । ଏହି ବିମାନ ପଡିଆକୁ ୫୪ କୋଟି ଟଙ୍କା ଖର୍ଚ୍ଚ ବିନିମୟରେ ନିର୍ମାଣ କରାଯାଇ ଥିବା ବେଳେ ୧୦୬ ହେକ୍ଟର ଜମିରେ ଏୟାର ଷ୍ଟ୍ରିପ
ଅବସ୍ଥିତ। ଭୁବନେଶ୍ୱରର ଡିଜିଏସ୍ ଦଳ ସଫଳ ଭାବେ ଉଡାଣ ଭରି ପୁନଶ୍ଚ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲା। ତେବେ ଆଗାମୀ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର କମଳରେ ଉଦଘାଟନ ହେବ ବୋଲି ସୂଚନା ମିଳିଛି। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ରୁ ଭୁବନେଶ୍ଵରକୁ ଉଡାଜାହାଜଟି ଚଳାଚଳ କରିବ । ଏହି ଟ୍ରାଏଲ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଶାଳ ସିଂ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ। ଆଜି ଆକାଶ ପଥରେ ମାଲକାନଗିରି ଜିଲ୍ଲା କୁ ସଂଯୋଗ କରାଯାଇଥିବାରୁ ମାଲକାନଗିରିବାସୀଙ୍କ ମନରେ ଥିବା ବହୁ ଦିନର ସ୍ବପ୍ନ ଶାକାର ହୋଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.