ଦାଦନ ଯାଇ ରୋଗାକ୍ରାନ୍ତ ହୋଇଥିଲେ, ଦୁନିଆ ଛାଡିଲେ ।

0 52

ବେଲଗୁଣ୍ଠା , ୦୩/୦୧(ପିପିଟି):ବେଲଗୁଣ୍ଠା ଥାନା ବାଲାକିଆରୀ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳା ଙ୍କ ମୃତ୍ୟୁ ଖବର ଶୁଣିବା ପରେ ସମ୍ପର୍କୀୟ ପଡ଼ୋଶୀ ଙ୍କ ହଠାତ ହୃଦଘାତ ରେ ମୃତ୍ୟୁ ଘଟିଛି । ଏକା ସମୟରେ ଗାଁ ରୁ ଦୁଇଦୁଇ ଟି ଶବ ଉଠିଛି ।

ଘଟଣା ପ୍ରକାରେ ଏହି ଗାଁ ର ପିତାମ୍ବର ନାଇକ ଙ୍କ ପତ୍ନୀ ଗୋଲାପ ନାଇକ (୪୫) ଙ୍କ ମୃତ୍ୟୁ ଘଟିଛି । ଦାଦନ ଖଟିବାକୁ ଯାଇଥିଲେ ବେଙ୍ଗାଲୁର ସେଠାରେ ଅଜଣା ରୋଗରେ ସେ ଆକ୍ରାନ୍ତ ହୋଇଥିଲେ ଚିକିସ୍ଥା ପାଇଁ ଅର୍ଥ ଅଭାବରୁ ଚିକିତ୍ସା କରିନପାରି ଦିନକୁ ଦିନ ଦୁର୍ବଳ ହୋଇ ପଡ଼ିବାରୁ ଗାଁ କୁ ଫେରିଥିଲେ। ଗାଁ ରେ ଛୋଟିଆ କୁଡ଼ିଆ ରେ ସ୍ୱାମୀ ସ୍ତ୍ରୀ ଙ୍କ ସହିତ ଦୁଇ ପୁଅ ଓ ଝିଅ ରହିଥିଲେ । ସ୍ୱାମୀ ମାନସିକ ଭାରସାମ୍ୟ ହରାଇଛନ୍ତି । କୌଣସି କାମ କରିପାରୁନଥିବା ବେଳେ ଏବେ ନାବାଳକ ବଡ଼ ପୁଅ ର ସ୍ୱଳ୍ପ ରୋଜଗାର ରେ ଚଳୁଥିଲେ । ପରିବାର ସ୍ଥିତି ଭଲନଥିବା ବେଳେ ଖାଇବାକୁ ମଧ୍ୟ ପାଉନଥିଲେ । ଗତ ଚାରି ବର୍ଷ ହେବ ସେମାନେ ରାଜ୍ୟ ବାହାରକୁ ଚାଲି ଯାଇଥିବାରୁ ପଞ୍ଚାୟତ ରୁ ରାସନ ସାମଗ୍ରୀ ମଧ୍ୟ ଉଠାଇ ନଥିବା ଉଢୁରା ଗ୍ରାମ ପଂଚାୟତ ସରପଞ୍ଚ ଲାକ୍ଷ୍ମୀକାନ୍ତ ବିଶୋୟୀ ପ୍ରକାଶ କରିଛନ୍ତି । ପରିବାର ଚଳାଉଥିବା ସ୍ତ୍ରୀ ଗୋଲାପଙ୍କ ମଧ୍ୟ ରାତ୍ର ରେ ମୃତ୍ୟୁ ହୋଇଯାଇଥିଲା । ତାଙ୍କ ସାନ ପୁଅକୁ ପଡୋଶୀ ସମର୍କୀୟ କବି ନାଇକ ଙ୍କ ଘରେ ଶୁଆଇବା ପାଇଁ ନିଆ ଯାଇଥିଲା । କଣ ହେଲା ବୋଲି କବି ପଚାରି ଜାଣିବାକୁ ପାଇଥିଲେ ଯେ ତାଙ୍କ ସମ୍ପର୍କୀୟ ଗୋଲାପ ଙ୍କ ମୃତ୍ୟୁ ଘଟିଛି । ଗୋଲାପ ଙ୍କ ମୃତ୍ୟୁ ପରେ କେମିତି ତାଙ୍କ ପରିବାର ଚଳିବ ଚିନ୍ତା କରି କବି ଙ୍କ ହୃଦଘାତ ହୋଇଥିଲା । ମାତ୍ର କିଛି ସମୟ ମଧ୍ୟରେ କବି ନାଇକ ଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଥଲା । ଏହି ଘଟଣା ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଖବର ପାଇ ଅଢେଇ ଗାଁ ସରପଞ୍ଚ ପଂହଁଚି ଦୁଇ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ତିନି ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି । ଗୋଲାପଙ୍କ ପରିବାର କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।

ରିପୋର୍ଟ- -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.