ସୋନପୁର ରେ ଧାନକିଣା ଅବ୍ୟବସ୍ଥା ନେଇ ଗର୍ଜିଲେ ଚାଷୀ ।

0 131

ଉଲୁଣ୍ଡା ,୩୦/୧୨(ପିପିଟି) :ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ସୋନପୁର ରୟାଲ୍ ପଡିଆ ଠାରେ ଶତାଧିକ ଚାଷୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ଧାନ କିଣା ରେ ଗ୍ରାମାଞ୍ଚଳ ର ଚାଷୀ ଙ୍କ ବାସ୍ତବ ଚିତ୍ର ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥଲା। ଜିଲ୍ଲା ର ୬ ଟି ଯାକ ବ୍ଲକ ରୁ ଶହ ଶହ ଚାଷୀ ଏହି ସମାବେଶ ରେ ଯୋଗଦେଇ ଧାନକିଣା ରେ କ୍ଵିଣ୍ଟାଲ ପିଛା ୩ କେଜି କଟଣି ଛଟନି ହେଉଥିବା ପ୍ରାମାଣିକ ତଥ୍ୟ ସବୁ ଚାଷୀ ଉପସ୍ଥାପିତ କରିଥିଲେ। ଏବଂ ମଣ୍ଡି ପରିସରରେ ସିସି ଟି ଭି, ପାନୀୟ ଜଳ, ଶୌଚାଳୟ ଓ ଧାନ ସଂରକ୍ଷଣର ସୁବ୍ୟବସ୍ଥା ନ ଥିବା ସହିତ ୪୮ ଘଣ୍ଟା ଭିତରେ ଧାନ ବିକ୍ରିର ପାଉଣା ମଧ୍ୟ ମିଳୁ ନ ଥିବା ନେଇ ଚାଷୀ ମାନେ ଖୋଲାଖୋଲି ଅଭିଯୋଗ କରିଥିଲେ। ପ୍ରକାଶ ଥାଉ କି ଛତିଶଗଡ ରେ ଧାନ କ୍ଵିଣ୍ଟାଲ ପିଛା ଦର ୩୧୦୦ ଥିବା ବେଳେ ଆମ ରାଜ୍ୟ ଓଡିଶା ରେ ତାହାର ମୂଲ୍ୟ ୨୧୮୩ ଟଙ୍କା, କଟଣୀ ଛଟନି କୁ ନେଇ ଏବଂ ଚାଷୀ ଶୋଷଣ ନୀତି ଓ ସରକାର ଙ୍କ ଅଣଦେଖା କୁ ଚାଷୀମାନେ ତୀବ୍ର ନିନ୍ଦା କରିଥିଲେ। ଏବଂ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିବାକୁ ଏକ ପ୍ରସ୍ତାବ ଆଗତ ହୋଇଥିଲା  କୃଷକ ସଂଗଠନ ର ସଭାପତି ବୈକୁଣ୍ଠ ଶତପଥି ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ସମ୍ପାଦକ ଚିତ୍ତ ରଂଜନ ଗଡତିଆ ଙ୍କ ସହଯୋଗ ରେ ଏହି ସଭାକୁ ପଦ୍ମ ଲୋଚନ ମିଶ୍ର ସଂଯୋଜନା କରିଥିଲେ । ବିଭିନ୍ନ ବ୍ଲକ ର ଚାଷୀ ନେତା ନରେନ୍ଦ୍ର ଆଚାର୍ଯ୍ୟ, ଧରଣୀ ପାଢ଼ୀ, ପ୍ରମୋଦ ପଣ୍ଡା , ପ୍ରଦ୍ୟୁମ୍ନ ପାଢ଼ୀ, ରାଜେନ୍ଦ୍ର ମିଶ୍ର, ନିରଂଜନ ତ୍ରୀପାଠୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.