୨୦ ବର୍ଷ ହେଲା ରାସ୍ତା ମରମତି ଶୂନ୍ୟ ।

0 55

ମାଲକାନଗିରି,୨୪/୧୧(ପିପିଟି): ବିକାଶର ଡିଣ୍ଡିମ ପିଟୁଥିବା ବିଜେଡି ସରକାରର ଏବଂ ୨୫ ବର୍ଷର ସ୍ଥାୟୀ ସରକାର ଗାଁ କୁ ଯାତାୟତ କରିବା ଲାଗି ଭଲ ରାସ୍ତାଟି ନିର୍ମାଣ କରିବାକୁ ଅକ୍ଷମ ।ମରଣ ଯନ୍ତା ପାଲଟିଛି ଏହି ଜରାଜୀର୍ଣ୍ଣ ରାସ୍ତା। ଯେତେ ସାବଧାନରେ ବାଇକ୍ ଚଳାଇଲେ ବି
କେତେ ବେଳେ ଏବଂ କେଉଁ ମୁହୂର୍ତ୍ତରେ ଦୁର୍ଘଟଣା ଘଟି ଜୀବନ ଦୁର୍ବିସହ ହେବ କହିବା ଅସମ୍ଭବ। ଦୀର୍ଘ ୨୦ ବର୍ଷ ହେଲା ମରାମତି ନାହିଁ। ବାରମ୍ବାର ଗାଁ ଲୋକମାନେ ପ୍ରଶାସନକୁ ଅଭିଯୋଗ କରି ଥକି ଗଲା ପରେ ସେମାନଙ୍କ ମନରୁ ନେତା ଆଉ ପ୍ରଶାସନ ଠାରୁ ଆସ୍ଥା ଏବଂ ବିଶ୍ବାସ ତୁଟି ଯାଇଛି । ଏଣିକି ନିର୍ବାଚନ ବେଳେ ଯେଉଁ ନେତାମାନେ ଭୋଟ ଭିକ୍ଷା ପାଇଁ ଏଠାକୁ ଆସିବେ ସେମାନଙ୍କୁ ଉଚିତ୍ ଜବାବ୍ ଦେବେ ବୋଲି କ୍ଷୋଭରେ ମତବ୍ୟକ୍ତ କରିଛନ୍ତି। ଏମିତି ଏକ ଜରାଜୀର୍ଣ୍ଣ ରାସ୍ତାଟି ଅଭିଶପ୍ତ ଭାବେ ପଡ଼ି ରହିଛି ସଦର ମାଲକାନଗିରି ବ୍ଲକ ସ୍ଥିତ ସିନ୍ଧ୍ରିମାଳ ପଞ୍ଚାୟତ ଅନ୍ତର୍ଗତ ଭୀମାରାଙ୍ଗିଣୀ ଗ୍ରାମରେ। ଦୀର୍ଘ ୨୦ ବର୍ଷ ହେଲା ରାସ୍ତା ଉପରେ ମାଟି ଟେଳାଟିଏ ପଡି ନାହିଁ। ବିକାଶ ନାଁ ରେ ମାଲକାନଗିରି ଜିଲ୍ଲାକୁ କୁଆଡେ ଅଜସ୍ର ପାଣ୍ଠି ଆସୁଛି। ତେବେ ଖର୍ଚ୍ଚ ହେଉଛି କେଉଁଠି ? ବିଧାୟକ ପାଣ୍ଠି ପ୍ରତିବର୍ଷ ଆସୁଛି,ହେଲେ କେଉଁ ଉନ୍ନୟନ ମୂଳକ କାର୍ଯ୍ୟରେ ବିନିଯୋଗ ହେଉଛି ? ଆଜି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।ଏହି ରାସ୍ତା ଟି ଏତେ ଜରାଜୀର୍ଣ୍ଣ ଯେ ପ୍ରତ୍ୟକ୍ଷ ଭାବେ ସ୍ବଚକ୍ଷୁରେ ନ ଦେଖିଲେ ବିଶ୍ୱାସ ହେବ ନାହିଁ। ଏହି ରାସ୍ତାଟି ସିନ୍ଧ୍ରିମାଳ ପଞ୍ଚାୟତର ଭୀମାରାଙ୍ଗିଣୀ ଗାଁ ଭିତର ଦେଇ ବୀରଲକ୍ଷ୍ମଣପୁର ପଞ୍ଚାୟତ ର ସିନ୍ଧିଭଟା,ରାଙ୍ଗିଣିଗୁଡା ଏବଂ ବିଏଲପୁର ଗ୍ରାମକୁ ସଂଯୋଗ କରୁଛି। ପ୍ରାୟ ୧୨ କିମି ରାସ୍ତା ଅତି କଦର୍ଯ୍ୟ ଓ କଦାକାର ଅବସ୍ଥାରେ ପଡ଼ିରହିଛି। ଦୁଇଟି ପଞ୍ଚାୟତକୁ ସଂଯୋଗ କରୁଥିବା ୧୨ କିମି ରାସ୍ତା ର ମରାମତି ଅଭାବ ତଥା ପ୍ରଶାସନିକ ଅବହେଳା ଯୋଗୁଁ ଆଦିବାସୀ ଲୋକମାନଙ୍କ ଜୀବନ ଜୀବିକା ଉପରେ କୁପ୍ରଭାବ ପଡ଼ିଛି। ଅନ୍ୟ ପକ୍ଷରେ ଆଇୱାସ୍ କରିବା ପାଇଁ ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାର କୌଣସି ପ୍ରଶାସନିକ ଅଧିକାରୀଙ୍କୁ ବିକାଶ ନାଁ ରେ ପୁରସ୍କାର ଓ ମାନପତ୍ର ପ୍ରଦାନ କରି ବାଃ ବାଃ ନେବା ସଧାରଣ ଜନତା ଏହାକୁ ହଜମ କରିପାରନ୍ତି ନାହିଁ।ଆଉ କିଛି ଚାଟୁକାର ସାମ୍ବାଦିକ ବଢ଼େଇ ଚଢେଇ ସରକାରୀ ଅଧିକାରୀଙ୍କୁ ମିଥ୍ୟା ପ୍ରଶଂସାରେ ପୋତି ପକାଇବା ଘଟଣା ତହା ଠାରୁ ଲଜ୍ଜା ଜନକ ଘଟଣା କ’ଣ ହୋଇପାରେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.