ଏନଏସି ପକ୍ଷରୁ ଲାଇଟ ଗେଟ ଉଦଘାଟିତ ।

0 451

ଭଞ୍ଜନଗର, ୧୦/୧୧. ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଭଞ୍ଜନଗର ସହରକୁ ଅଧିକ ସରସ ସୁନ୍ଦର କରିବା ପାଇଁ ଅହରହ ଉଦ୍ୟମ ଜାରି ରହିଛି। ପ୍ରତିଦିନ ଏଠାକୁ ଆସୁଥିବା ଅତିଥିମାନଙ୍କୁ ସ୍ୱାଗତ ଓ ବିଦାୟ ଦେବା ଉଦ୍ଦେଶ୍ୟରେ ସମସ୍ତ ପ୍ରବେଶ ପଥରେ ସୁନ୍ଦର ତୋରଣ ନିର୍ମାଣ କରାଯାଇଛି।ହେଲେ ଦିନରେ ଏହା ଶୋଭା ବଢାଉଥିବା ବେଳେ ରାତ୍ରୀ ସମୟରେ ମଧ୍ୟ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏଥିରେ ଆଲୋକର ସ୍ୱତନ୍ତ୍ର ଲାଇଟର ବ୍ୟବସ୍ଥା କରାଯାଇଛି।ଆଜି ସନ୍ଧ୍ୟାରେ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ତୋରଣରେ ଆଲୋକ ବ୍ୟବସ୍ଥାର ଶୁଭ ଉଦ୍ଘାଟନ କରିଥିଲେ।ଏଥିରେ ଏନଏସି ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ,ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ଏବଂ ସମସ୍ତ କାଉନସିଲର ବୃନ୍ଦ ଙ୍କ ସମେତ ସ୍ଥାନୀୟ ବହୁ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

(ରିପୋର୍ଟ୍ – କେ ପଟ୍ଟନାୟକ )

Leave A Reply

Your email address will not be published.