କୋଦଳା,୦୬/୧୧(ପିପିଟି):ସୋମବାର ଦିବା ୧୧ ଘଣ୍ଟ ସମୟରେ। ଲକ୍ଷ୍ମୀନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ତରଫରୁ ଏକ ସ୍ବତନ୍ତ୍ର ଦୁର୍ନୀତି ନିବାରଣ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ପ୍ରସଙ୍ଗକୁ ନେଇ ସଭାର କାର୍ଯକ୍ରମ ମହାବିଦ୍ୟାଳୟ ପରିସର ମଧ୍ୟରେ ଆନୁଷ୍ଟିତ ମଧ୍ୟ ହୋଇଥିଲା ମହାବିଦ୍ୟାଳୟ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ତତ୍ୱାବଧାନରେ ସମସ୍ତ ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ଦୁର୍ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ରଞ୍ଜୁବଳା ନନ୍ଦ, ଏକାଡେମୀକ ବର୍ଷାର ଵିନୋଦ କୁମାର ମିଶ୍ର ତତ୍ ସହିତ କାର୍ଯକ୍ରମ ଅଧିକାରୀ ଡକ୍ଟର ପ୍ରଦୀପ ପଣ୍ଡା, ଓଡ଼ିଆ ଅଧ୍ୟାପକ ସାଗର ଚାନ୍ଦ ପାତ୍ର ଏବଂ ସାଗରିକା ଦାସ ନଗର ପରିଭ୍ରମଣ ରେ ସହଯୋଗ କରିଥିଲେ, ସମସ୍ତ ଅଧ୍ୟାପକ /ଅଧ୍ୟାପିକା ଏହି ସମୟରେ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )