ଭୋଟର ସଚେତନତା ରଥ ଉଦଘାଟିତ ।

0 248

ମାଲକାନଗିରି,୦୬/୧୧(ପିପିଟି): ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ୨୦୨୪ ବର୍ଷ ପାଇଁ ନୂତନ ଓ ତୃଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଅଭିଯାନ ନେଇ ଆଜି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଭୋଟର ସଚେତନତା ରଥ ଉଦଘାଟନ ହୋଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ବିଶାଲ ସିଂ ଏହି ସଚେତନତା ରଥ ଉଦଘାଟନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ)ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ତ୍ରିନାଥ ମାଝୀ ଏବଂ ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଡ଼ଃ ଅକ୍ଷୟ ଖେମୁଣ୍ଡୁ ଉପସ୍ଥିତ ଥିଲେ । ଯେପରି ଅଧିକରୁ ଅଧିକ ଭୋଟର ଏବଂ ଯୁବ ଭୋଟରମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଜୀକରଣ କରିବେ ସେଥି ନିମନ୍ତେ ଜିଲ୍ଲାପାଳ ଶ୍ରୀ ସିଂ ଗୁରୁତ୍ଵାରୋପ କରିଥିଲେ । ଏହି ଭୋଟର ସଚେତନତା ରଥ ମୁଖ୍ୟତଃ ନୂତନ ମତଦାତମାନଙ୍କୁ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ , ଭୋଟର ତାଲିକାରେ ସଂଶୋଧନ ଇତ୍ୟାଦି ପାଇଁ ଏହା ସମସ୍ତଙ୍କୁ ସଚେତନ କରାଇବ । ୧୭ ବର୍ଷରୁ ଉର୍ଦ୍ଧ୍ଵ ଯୁବକ ଯୁବତୀ ଙ୍କୁ ଭୋଟର ତାଲିକାରେ ନାମ ଯୋଡିବା ପାଇଁ ୫, ୧୧, ୧୯ ଓ ୨୫ ନଭେମ୍ବର ରେ ସ୍ୱତନ୍ତ୍ର ପ୍ରଚାର ଦିବସ ର ଆୟୋଜନ କରାଯାଇଛି।ଏଥି ନିମନ୍ତେ ନୂତନ ଭୋଟର ନିକଟସ୍ଥ ବୁଥ୍ ଯାଇ ବୁଥ୍ ସ୍ତରୀୟ ଅଧିକାରୀଙ୍କ ନିକଟରେ ଆବେଦନ କରିପାରିବେ। ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୪ କାର୍ଯ୍ୟକ୍ରମ ୨୭ ଅକ୍ଟୋବର ରେ ଆରମ୍ଭ ହୋଇଯାଇଛି ଏବଂ ୯ ଡ଼ିସେମ୍ବର ୨୦୨୩ ପର୍ଯ୍ୟନ୍ତ ଚାଲୁ ରହିବ। ଅନ୍ୟ ମାନଙ୍କ ମଧ୍ୟରେ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.