ମୁର୍ଷୁଣ୍ଢିରେ ମୁରାସୁର ଦରବାର ପାଇଁ କଳାକାର ବରଣ – ୨୯ ରୁ ମୁରାସୁର ଦରବାର ।

0 22

ଉଲୁଣ୍ଡା ,୧୪/୧୦(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ଠାରେ ଅନୁଷ୍ଠିତ ହେବାକୁ ଥିବା ୪୧ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ମୁରାସୁର ଦରବାର ପାଇଁ ମୁରାସୁର ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁରସୁର ଭୂମିକାରେ ଅନ୍ତର୍ଡା (ବିନିକା) ର ଗୋପାଳ ପଣ୍ଡା ଅଭିନୟ କରିବେ । ଏହି କ୍ରମରେ ଶୁକ୍ରବାର ଗୋପାଳ ପଣ୍ଡା ଙ୍କୁ ମୂରସୁର ଭାବେ ବରଣ କରାଯାଇଛି। ମୁର୍ଷୁଣ୍ଢି ଗଜଲକ୍ଷ୍ମୀ ପୂଜା କମିଟି ର ସଦସ୍ୟ ମାନେ ଅଭିନେତା ଗୋପାଳ ପଣ୍ଡା ଙ୍କ ଅନ୍ତର୍ଡା ବାସଭବନ କୁ ଯାଇ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଗୋପାଳ ପଣ୍ଡା ଙ୍କୁ ନଡିଆ ସହିତ ଅନ୍ୟାନ୍ୟ ଫଳ ଫୁଲମାଳ ଓ ଅଙ୍ଗବସ୍ତ୍ର ଦେଇ ବରଣ କରାଯାଇଥିଲା। ଗଜଲକ୍ଷ୍ମୀ ପୂଜା କମିଟିର ଉପ ସଭାପତି ଧନଞ୍ଜୟ ସାହୁ ଙ୍କ ନେତୃତ୍ଵ ରେ ସମ୍ପାଦକ ତ୍ରୟଞ୍ଜିବ ମିଶ୍ର, ସହ ସମ୍ପାଦକ ବିଦ୍ୟାଧର ଖୁର୍ଡ଼ିଆ ଙ୍କ ସମେତ କମିଟିର ବରିଷ୍ଠ ସଦସ୍ୟ ସଞ୍ଜିବ ସାହୁ,ପଦ୍ମନାଭ ପ୍ରଧାନ,ବଳରାମ ପଧାନ, ଉତ୍ତର ନାଏକ, ଶ୍ରୀକର ପଧାନ,ସନତ ସିଂ,ସତ୍ୟବ୍ରତ ଦ୍ୱାରି,ଲୋକନାଥ ସାହୁ,ଶ୍ୟାମ ନନ୍ଦ,ରୋହିତ ସାହୁ,ସହଦେବ ମହାକୁର,ସନ୍ତୋଷ ସମର୍ଥ ପ୍ରମୁଖ ଉପସ୍ଥିତ ରହି ମୁରାସୁର ବରଣ କରିଛନ୍ତି।

ରିପୋର୍ଟ୍ -ଶାନ୍ତୁନୁ କୁମାର କର୍ଣ

Leave A Reply

Your email address will not be published.