ଶିକାର ପାଇଁ ତାର ବିଛାଉଥିବା ୨ଶିକାରୀ ଗିରଫ ।

0 40

ଭଞ୍ଜନଗର, ୧୨/୧୦(ପିପିଟି): ଉତ୍ତର ଘୁମୁସର ବନଖଣ୍ଡ ଅଧୀନ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ଲାଠିପଡା ସେକ୍ସନ୍ ରେ ଗତକାଲି ବିଳମ୍ବିତ ରାତିରେ ବିଦ୍ୟୁତ୍ ତାର ବିଛାଇବା ଅଭିଯୋଗରେ ବନ ବିଭାଗ ୨ଜଣ ଶିକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଜଗାଳିଗାଁର କାର୍ତ୍ତିକ ନାୟକ ଏବଂ କେନ୍ଦୁପଲ୍ଲୀର ଗୌଡ ମଲ୍ଲିକ। ସେମାନଙ୍କୁ ଓଆର୍ କେସ୍ ନମ୍ବର ୨୫୨ରେ ସୋରଡ଼ା କୋର୍ଟକୁ ଚାଲାଣ କରାଯାଇଥିବା କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା ସୂଚନା ଦେଇଛନ୍ତି। ଲାଠିପଡା ସେକ୍ସନ୍ ଅଧୀନ ବିଞ୍ଜଗିରି ସଂରକ୍ଷିତ ଜଙ୍ଗଲ ଭିତରେ ରାତିରେ ଲାଠିପଡା ବନପାଳ ଅମ୍ରିତା ଜେନା ଓ କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିବା ସମୟରେ ଅଭିଯୁକ୍ତ ମାନେ ବନ୍ୟଜନ୍ତୁ ଶିକାର କରିବା ପାଇଁ ଜିଆଇ ତାର ବିଛାଉଥିବା ଦେଖିବାକୁ ପାଇଥିଲେ। ବନ କର୍ମଚାରୀ ଉଭୟଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ୨.୮ କେଜି ଜିଆଇ ତାର,କାଠ କିଳା,କାଚ ବୋତଲ,ହେଡ୍ଲାଇଟ୍ ଆଦି ଜବତ କରାଯାଇଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

ରିପୋର୍ଟ୍ -ଜ଼଼ୟକୃଷ୍ଣ ପଟ୍ଟନାୟକ

Leave A Reply

Your email address will not be published.