ଜାତୀୟ ସେବା ଯୋଜନା ସ୍ଵେଚ୍ଛାସେବୀ ପ୍ରଶିକ୍ଷଣ ଶିବିର ।

0 100

ବେଲଗୁଣ୍ଠା,୧୨/୧୦(ପିପିଟି):ବେଲଗୁଣ୍ଠା ସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଶହେ ଜଣ ସ୍ଵେଚ୍ଛାସେବୀଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଆନୁଷ୍ଠିତ ହୋଇଯାଇଛି I ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଅଧ୍ୟାପକ ଡ.ଗୁରୁମୂର୍ତ୍ତୀ ନାୟକ, ଅଶୋକ କୁମାର ପ୍ରଧାନ, ଡ.ପ୍ରଫୁଲ୍ଲ କୁମାର ଜେନା, ସନ୍ତୋଷ କୁମାର ପାଣିଗ୍ରାହୀ,ଗ୍ରନ୍ଥାଗାରିକ ରଞ୍ଜିତ୍ କୁମାର ସାମଲ ଏବଂ କାର୍ଯ୍ୟକ୍ରମ ଅଧିକାରୀ ସପନ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ I କାର୍ଯ୍ୟକ୍ରମ ଅଧିକାରୀ ସପନ କୁମାର ପ୍ରଧାନ ପ୍ରଶିକ୍ଷଣ ଶିବିରର ଗୁରୁତ୍ବ, କାର୍ଯ୍ୟକଳାପ ଉପରେ ଆଲୋକପାତ କରି ସ୍ଵେଚ୍ଛାସେବୀମାନଙ୍କୁ ତଥ୍ୟ ପ୍ରଦାନ କରିଥିଲେ I ଏଥିରେ ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ଡ.ପ୍ରଫୁଲ୍ଲ କୁମାର ଜେନା ଜାତୀୟ ସେବା ଯୋଜନାର ତତ୍ତ୍ୱ ଉପରେ ମତବ୍ଯକ୍ତ କରିଥିଲେ I ଅଧ୍ୟାପକ ସପନ କୁମାର ଧନ୍ୟବାଦ ଜ୍ଞାପନ କରିଥିଲେ I

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.