ମାଲକାନଗିରି ଜିଲ୍ଲା ବିଜେଡ଼ି ସଭାପତି ହେଲେ ମାନସ ମାଡକାମୀ ।

0 202

ମାଲକାନଗିରି, ୨୭/୦୯(ପିପିଟି): ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ଭାବେ ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କୁ ପୁଣି ନୂତନ ଭାବେ ଦାୟିତ୍ଵ ଅର୍ପଣ କରାଯାଇଛି । ସୋମବାର ରାଜ୍ଯ ବିଜେଡ଼ି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ରାଜ୍ୟ ବିଜେଡ଼ି ସଭାପତି ତଥା ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ମାଲକାନଗିରି ବ୍ଲକ ଅନ୍ତର୍ଗତ ଡଙ୍ଗସଖାଲ ଭଳି ଏକ ଛୋଟିଆ ଆଦିବାସୀ ଗାଁ ରେ ମାନସ ମାଡକାମୀଙ୍କ ଘର । ସେ ପିଲାଟି ଦିନରୁ ବହୁ କଷ୍ଟରେ ଜୀବନ ନିର୍ବାହ କରି ଆସିଥିବା ବେଳେ କାଲିମେଳା ବ୍ଲକ ଅନ୍ତର୍ଗତ ଗମ୍ପାକୋଣ୍ଡ ଆଶ୍ରମ ବିଦ୍ୟାଳୟରେ ଅଧ୍ୟୟନ କରି ମାଟ୍ରିକ ପାଶ କଲା ପାରେ ମାଲକାନଗିରି ମହାବିଦ୍ୟାଳୟରେ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷା ଲାଭ କରିଥିଲେ। ପାଠ ପଢା ସମାପ୍ତ ପରେ ବାପାଙ୍କ ସହ ମିଶି ନିଜ ଜମିଚାଷ କରିବା ସହ ସମାଜ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ଲୋକମାନଙ୍କ ସମସ୍ୟା ସମାଧାନ ପାଇଁ ସେ ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ । ୨୦୦୨ ମସିହାରେ ପ୍ରଥମେ ଚାଲାଣଗୁଡା ପଞ୍ଚାୟତର ପୂର୍ଣ୍ଣ ସମର୍ଥନରେ ସରପଞ୍ଚ ଭବେ ନିର୍ବାଚିତ ହୋଇଥିଲେ । ଧୀରେ ଧୀରେ ଜନତାଙ୍କ ସେବାରେ ସାମିଲ ହେବା ପରେ ବିଜେଡ଼ି ସମର୍ଥନରେ ୨୦୦୭ ଠାରୁ ୨୦୧୨ ମସିହା ପର୍ଯ୍ୟନ୍ତ କୋରୁକୋଣ୍ଡା ବ୍ଳକ ଅଧ୍ୟକ୍ଷ ହୋଇଥିଲେ । ୨୦୧୪ ମସିହାରେ ବିଜେଡି ଟିକେଟରେ ମାଲକାନଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ବିଜୟ ଲାଭ କରିଥିଲେ।୨୦୧୯ରେ ବିଜେଡି ମାନସ ମାଡକାମୀଙ୍କୁ ବିଧାୟକ ଟିକେଟ ପ୍ରଦାନ ନ କରି ମୁକୁନ୍ଦ ସୋଡି ଙ୍କୁ ଟିକେଟ ଦେବା ଫଳରେ ସେ ସୋଚନୀୟ ପରାସ୍ତ ହୋଇଥିଲେ। ଟିକେଟ ଦେବାର ଭୁଲ ନିଷ୍ପତ୍ତି ଯୋଗୁଁ ବିଜେଡିର ନିର୍ବାଚନୀ ହାୱ। ସତ୍ତ୍ୱେ ବିଜେପିର ଆଦିତ୍ୟ ମାଡି ଏଠାରେ ବିଜୟ ଲାଭ କରିଥିଲା । ତେବେ ମାନସ ମାଡକାମୀଙ୍କୁ ଥଇଥାନ ପାଇଁ ବିଜେଡି ସମୀକ୍ଷା କରି ମାଲକାନଗିରି ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ନିଯୁକ୍ତି କଲେ। ଅନ୍ୟପକ୍ଷରେ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ବିଧାୟକ ଡମ୍ବରୁ ଶିଶାଙ୍କୁ ବିଜେଡି ଟିକେଟ ପ୍ରଦାନ କରାନଯାଇ କିରାଣୀ ଚାକିରି କରୁଥିବା ପୂର୍ଣ୍ଣ ଚନ୍ଦ୍ର ବାକାଙ୍କୁ ଟିକେଟ ଦିଆଯାଇଥିଲା। ତେବେ ପୂର୍ଣ୍ଣ ଚନ୍ଦ୍ର ବାକା ବିଜେଡି ବିଧାୟକ ଭାବେ ବିଜୟ ଲାଭ କରି ଦଳର ସ୍ଥିତିକୁ ବଜାୟ ରଖିଥିଲେ। ଦଳ ତାଙ୍କ ଉପରେ ଭରସା କରି ପୁନଶ୍ଚ ଜିଲ୍ଲା ବିଜେଡ଼ି ସଭାପତି ଦାୟିତ୍ୱ ଅର୍ପଣ କରଥିଲା ।୨୦୧୯ ରୁ ଅଦ୍ୟାବଧି ପୂର୍ଣ୍ଣ ଚନ୍ଦ୍ର ବାକା ବିଜେଡି ସଭାପତି ରହିଥିଲା ବେଳେ ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କୁ ଦଳ କୌଣସି ଗୁରୁ ଦାୟିତ୍ବ ଅର୍ପଣ କରିନଥିଲା । ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବାରୁ ତରବରିଆ ଭାବେ ଗତ କାଲି ଅର୍ଥାତ୍ ୨୫ ସେପ୍ଟେମ୍ବର ସନ୍ଧ୍ୟା ମାନସ ମାଡକାମୀଙ୍କୁ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ଭାବେ ଘୋଷଣା କରାଯାଇଛି। ତେବେ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀଟି ବଜେପି ଦୁର୍ଗା
ହୋଇଥିବା ବେଳେ ୨୦୨୪ ନିର୍ବାଚନ ବିଜେଡ଼ି ପାଇଁ ଏକ ଚାଲେଞ୍ଜ ହେବାର ସମ୍ଭାବନା ରହିଛି। ତେବେ ମାନସ ମାଡକାମୀ ବିଜେଡି ଜିଲ୍ଲା ସଭାପତି ଘୋଷଣା ପରେ ତାଙ୍କ ସମର୍ଥକମାନେ ଶୁଭେଛା ଜଣାଇଥିଲେ। ଶ୍ରୀ ମାଡକାମୀଙ୍କୁ ଦଳ ଭରସା କରି ସଭାପତି ଭାବେ ଦାୟିତ୍ଵ ଅର୍ପଣ କରିଥିବାରୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରବଣ ପ୍ରକାଶ ଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.