ଭଞ୍ଜନଗର, ୧୭/୦୯(ପିପିଟି):ଭଞ୍ଜନଗର ସହର ଓ ଆଖପାଖ ଅଞ୍ଚଳରେ ଦେବଶିଳ୍ପୀ ପ୍ରଭୁ ବିଶ୍ୱକର୍ମାଙ୍କର ପୂଜା ବେଶ ଧୁମଧାମରେ ପାଳନ କରାଯାଇଛି।ବିଭିନ୍ନ ପୂଜା ମଣ୍ଡପରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ସୁନ୍ଦର ମୂର୍ତ୍ତି, ତୋରଣ ଏବଂ ରଙ୍ଗବେରଙ୍ଗର ଆଲୋକମାଳାରେ ସଜ୍ଜିତ ହୋଇଛି।ସନ୍ଧ୍ୟା ସମୟରେ ପୂଜା ମଣ୍ଡପ ଗୁଡ଼ିକରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।ବିଦ୍ୟୁତ ବିଭାଗ, ଆରଡବ୍ଲୁଏସଏସ, ପିଏଚଡ଼ି,ରାସ୍ତା ଓ ଗୃହ ନିର୍ମାଣ, ଏନଏସି କାର୍ଯ୍ୟାଳୟ ସମେତ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ଓ ଗ୍ୟାରେଜ ଗୁଡ଼ିକରେ ମଧ୍ୟ ବିଶ୍ୱକର୍ମା ପୂଜା ପାଳନ କରାଯାଇଛି।
ରିପୋର୍ଟ-ଜେ କେ ପଟ୍ଟନାୟକ