ଜମି ବାଡ଼ି ବିବାଦ: ଭାଇର ତୀରମାଡରେ ଭାଇ ଆହାତ ।

0 117

ମାଲକାନଗିରି,୧୪/୦୯ ଆଜି ସକାଳେ ଜମି ବାଡ଼ି ବିବାଦକୁ କେନ୍ଦ୍ରକରି ବଡ଼ବାପା ପୁଅ ଭାଇର ତୀର ମାଡରେ କକା ପୁଅ ଭାଇକୁ ଗୁରୁତର ହୋଇଛି। ହାତରେ ୩ଟି ତୀର ଲାଗି ଥିବା ବେଳେ ପିଠି ଗୋଟିଏ ତୀର ଲାଗିଛି । ମୁର୍ମୁଷୁ ଅବସ୍ଥାରେ ଆହାତ ବ୍ୟକ୍ତିକୁ ସ୍ଥାନୀୟ ଏମଭି- ୭୯ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଆକ୍ରମଣର ଶିକାର ହୋଇଥିବା ଆଦିବାସୀ ଯୁବକ ବୋଜି ବେଟି ବୋଲି ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁଯାୟୀ ମୋଟୁ ଥାନା ଅନ୍ତର୍ଗତ ମଲାଭରମ୍ ପଞ୍ଚାୟତର କମାରଗୁଡା ଗ୍ରାମରେ ବୋଲି ବୋଜି ବେଟି ଜମି ରେ ବାଡ଼ ଦେଉଥିବା ବେଳେ ବଡ ବାପଙ୍କ ପୁଅ ଏହାକୁ ବାରଣ କରିଥିଲା। ଜମିରେ ବାଡ଼ ଦେବାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଯୁକ୍ତ ତର୍କ ହୋଇ ଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବୋଜି ବେଟିଙ୍କ ଉପରକୁ ତାଙ୍କର ସମ୍ପର୍କୀୟ ଭାଇ ୪ଗୋଟି ତୀର ନିକ୍ଷେପ କରିଥିଲା । ଫଳରେ ବୋଜିର ହାତରେ ୩ଟି ତୀର ପ୍ରବେଶ କରିଥିଲେ ବେଳେ ପିଠି ପାର୍ଶ୍ଵରେ ଗୋଟିଏ ତୀର ନିକ୍ଷେପ ହୋଇଛି। ମୁର୍ମୁଷୁ ଅବସ୍ଥାରେ ଆହାତ ହୋଇ ଥିବା ବୋଜି ବଏଟଇକଉ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ମୁଖ୍ୟ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିବା ଲାଗି ପ୍ରୟାସ ଜାରି ରହିଥିଲା ବେଳେ ଲଗାଣ ବର୍ଷା ଯୋଗୁଁ ଏମଭି- ୯୬ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେବାରୁ ଜାତୀୟ ରାଜପଥରେ ଯାତାୟାତ ବନ୍ଦ ହୋଇଯାଇଛି। ଏହି କାରଣରୁ ଗୁରୁତର ବୋଜିଙ୍କୁ ମାଲକାନଗିରି ମେଡିକାଲ ନେବା ସମ୍ଭବ ନ ହେବାରୁ ଏମଭି -୭୯ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାର ଜଣାପଡିଛି। ଏ ସମ୍ପର୍କରେ ମୋଟୁ ପୋଲିସ କମାରଗୁଡା ଗ୍ରାମକୁ ତଦନ୍ତ କରିବାକୁ ଯାଇଛି ଘଟଣାର ତଦନ୍ତ କରୁଛି ।

(ରିପୋର୍ଟ : ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.