ଭଞ୍ଜନଗର, ୧୨/୯(ପିପିଟି):ଆଗକୁ ଆସୁଛି ପାର୍ବଣ ଋତୁ।ଚାରିଆଡେ ଉତ୍ସବ ର ବାତାବରଣ ଦେଖିବାକୁ ମିଳିବ।ଏହି ଅବସରରେ ଭଞ୍ଜନଗର ସହରର ବିଭିନ୍ନ ସ୍ଥାନରେ ଗଣେଶ ପୂଜାର ଆୟୋଜନ କରାଯାଉଛି । ଏହି ଭିଡର ସୁଯୋଗରେ ବହୁ ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାର ଆଶଙ୍କା ରହିଛି।ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଭଞ୍ଜନଗର ପୁଲିସ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି।ମଙ୍ଗଳବାର ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାଙ୍କୁ ନେଇ ଥାନା ଭାରପ୍ରାପ୍ତ ଅଧିକାରୀ କେଶବ ଶଢଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଆଇନ ଶୃଙ୍ଖଳାକୁ ମାନିବା ସହ ପୂଜା ମଣ୍ଡପରେ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ସ୍ବେଛାସେବୀଙ୍କୁ ମୃତୟନ,ଭଷାଣି ସମୟରେ ଡିଜେ ଓ ବାଣ ବ୍ୟବହାରକୁ ବାରଣ ଏବଂ ଜୋର ଜବରଦସ୍ତ ଚାନ୍ଦା ଆଦାୟ ଠାରୁ ଦୂରେଇ ରହିବା ପାଇଁ ଆଲୋଚନା ହୋଇଥିଲା।ଏଥିରେ ଭେଜିପୁଟ, ଖଲାସି ସାହି ଓ ପୂଜା କମିଟି ସଦସ୍ୟ ଉପସ୍ଥିତ ଥିଲେ।
ରିପୋର୍ଟ-ଜେ କେ ପଟ୍ଟନାୟକ