ମୁଖ୍ୟମନ୍ତ୍ରୀ ଶିକ୍ଷକ ପୁରସ୍କାର ସମ୍ବନ୍ଧ ରେ ଅଭିଭାବକ ମାନଙ୍କୁ ନେଇ ଆଲୋଚନା ବୈଠକ।

0 253

ବୋଲଗଡ଼,୦୮/୦୯(ପିପିଟି):ବୋଲଗଡ଼ ବ୍ଳକ ଅନ୍ତର୍ଗତ ସାଗରଗୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ମହାଦେବ ପାଟ୍ଟଯୋଶୀଙ୍କ ସଭାପତିତ୍ୱ ରେ ଓ ପ୍ରତେକ ଛାତ୍ର ଛାତ୍ରୀ ଙ୍କର ଅଭିଭାବକ ମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଶିକ୍ଷକ ପୁରସ୍କାର ସମ୍ବନ୍ଧ ରେ ବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କର ପ୍ରତେକ ବିଦ୍ୟାଳୟ ରେ ପ୍ରଚଳନ କରାଯାଇଥିବା ମୁଖ୍ୟମନ୍ତ୍ରୀ ଶିକ୍ଷକ ପୁରସ୍କାର ଯୋଜନା ବିଷୟରେ ଆଲୋକପାତ କରାଯାଇଥିଲା। ସେହିଭଳି ବିଦ୍ୟାଳୟର ଚରିତାର୍ଥେ ୨୦୨୩-୨୪ଶିକ୍ଷା ବର୍ଷ ପାଇଁ ବିଦ୍ୟାଳୟରେ ଅଧ୍ୟୟନରତ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଚଳନ କରାଯାଇଥିବା Aspira tional component ବିଷୟରେ ଆଲୋଚନା କରାଯାଇ ଥିଲା। ଏହି ସଭାରେ ବିଦ୍ୟାଳୟର ପ୍ରଚଳିତ ଥିବା ବିଦ୍ୟାଳୟର ପରିଚାଳନା କମିଟି ଏବଂ ମୋ ବିଦ୍ୟାଳୟ କମିଟିର ବିଦ୍ୟାଳୟ ପ୍ରତି ଭୂମିକା ଓ କର୍ତ୍ତବ୍ୟ ବିଷୟରେ ଆଲୋଚନା କରାଯିବା ସହିତ ବିଦ୍ୟାଳୟର ବିଭିନ୍ନ ପ୍ରକାରର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ରେ ଅଧିକ ରୁ ଅଧିକ ଅଭିଭାବକ ମାନେ କିପରି ସାମିଲ୍ ହେବେ ତାହା ମଧ୍ୟ ଆଲୋଚନା କରା ଯାଇଥିଲା।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.