ଦୁଇଟି କଣ୍ଟେନରୁ ୧୧୨ ଗୋରୁ ଉଦ୍ଧାର,୬ ଜଣ ଗିରଫ ।

0 226

ମାଲକାନଗିରି।ତା,୨୨/୮ (ପିଟିଟି):ଗତ କାଲି ବିଳମ୍ବିତ ରାତିରେ ଦୁଇଟି ଗୋରୁ ବୋଝେଇ କଣ୍ଟେନର ଯାଉଥିବା ବେଳେ ଏମ୍ ଭି- ୭୯ ପୋଲିସ ଗାଡ଼ି ଦୁଇଟିକୁ ଅଟକାଇ ୧୧୨ ଗୋରୁ ଉଦ୍ଧାର କରିବା ସହ ୬ ଜଣଙ୍କୁ ଗିରଫ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲାରୁ ହାଇଦ୍ରାବାଦ କୁ ଦୁଇ ଗୋଟି କଣ୍ଟେନରେ ଗୋରୁ ଚାଲାଣ ହେଉଥିବା ବେଳେ ଏମଭି- ୭୯ ତନଖି ଫାଟକରେ ଗାଡ଼ିକୁ ଅଟକାଇ ପୋଲିସ ତନଖି କରିଥିଲା ।ଏସଡ଼ିପିଓ ସଚିନ ପାଟେଲଙ୍କ ତତ୍ତ୍ୱାବଧାନରେ ଆଇ.ଆଇ.ସି ସୁବାସ ଚନ୍ଦ୍ର କର୍କରା ଏବଂ ଏମ୍ ଭି- ୭୯ ପୋଲିସ ଗାଡ଼ିଟିକୁ ଅଟକାଇ ଗୋରୁ ବୋଝେଇ କଣ୍ଟେନରୂ ୧୧୨ ଟି ଗୋରୁକୁ ଉଦ୍ଧାର କରାଯାଇଥିଲା । ସେଥି ମଧ୍ୟରୁ ୩ଟି ଗୋରୁ ମୃତ୍ୟୁବରଣ କରିଥିବା ବେଳେ ୪ଟି ଗୋରୁର ଅବସ୍ଥା ଗୁରୁତର ଥିବା ଯୋଗୁ ଏମ୍ ଭି- ୭୯ ପ୍ରାଣୀ ଚିକିତ୍ସାଳୟ ଠାରେ ଚିକିତ୍ସା କରାଯାଉଛି। ଏମ୍ ଭି – ୭୯ ଏବଂ ଏମ୍ ଭି- ୮୦ ଗ୍ରାମ ଲୋକମାନେ ମିଳିତ ଭାବେ ଗୋରୁମାନଙ୍କୁ କଣ୍ଟେନରରୁ ବାହାର କରିବା ସହ ପ୍ରାଣୀ ଚିକିତ୍ସାଳୟକୁ ନେବାରେ ସହଯୋଗ କରିଥିଲେ । ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟର ଏଲ.ଆଇ ସୁଖରଞ୍ଜନ ବୈଦ୍ୟ ମଧ୍ୟ ଉପସ୍ଥିତ ରହି ଗୋରୁ ଚିକିତ୍ସିତ କରିଥିଲେ । ଏ ବାବଦରେ ଏମ୍ ଭି -୭୯ ଥାନା କେଶ ନଂ ୧୩୫/୨୩ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା ବେଳେ ୬ ଜଣ ଗୋଚାଲାଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ସମାନେ ହେଲେ ହାଇଦ୍ରାବାଦର ସୟଦ ଜାଭେଦ (୨୫), ମହମ୍ମଦ ଆସିକ ଖାନ (୪୫), ମହମ୍ମଦ ଜାଫେର ସରିଫ (୨୫), ଉତ୍ତର ପ୍ରଦେଶର ମହମ୍ମଦ ଆଜିବ (୨୮), ମହମ୍ମଦ ଆଫଜଲ (୨୭) ଏବଂ ମହମ୍ମଦ ମକବୁଲ (୨୫) ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ମାଲକାନଗିରି)

Leave A Reply

Your email address will not be published.