ଭଞ୍ଜନଗର,୨୮/୦୮(ପିପିଟି): ଭଞ୍ଜନଗର ଚକରା ବିଷୋୟୀ ଛକରେ ଥିବା ଖ୍ରୀଷ୍ଟୀୟ ସମାଜ ସମାଧି ପୀଠ ବିଶ୍ରାମ ସ୍ଥଳକୁ ରବିବାର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଉଦଘାଟନ କରିଛନ୍ତି।ଦୀର୍ଘ ବର୍ଷ ହେଲା ଏହି ସମାଧି ପୀଠକୁ ଶବାଧାରରେ ଆସୁଥିବା ଲୋକମାନଙ୍କ ନିମନ୍ତେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଶ୍ରୟ ନେବା ପାଇଁ କୌଣସି ସୁବିଧା ନଥିବାରୁ ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଦାୟିତ୍ୱରେ ଥିବା ସମୟରେ ନିଜ ହାତ ପାଣ୍ଠିରୁ ଏଠାରେ ଏକ ଆଶ୍ରୟ ସ୍ଥଳ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର କରିଥିଲେ।ଏହି ଅବସରରେ ଏନ୍ଏସି ଅଧ୍ୟକ୍ଷ ଶ୍ରୀ ମହାପାତ୍ରଙ୍କ ସମେତ ଆଚାର୍ଯ୍ୟ ଦିଗେନ୍ଦ୍ର ନାୟକ, ଫାଦର ସଞ୍ଜୀବ କୁମାର,ଶୂଳପାଣି ଶତପଥି, ତପନ ପଣ୍ଡା ଓ ସମସ୍ତ କାଉନସିଲର ମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )