ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଚାଷୀ ଅସନ୍ତୋଷ ,ଆନ୍ଦୋଳନ ଧମକ।

0 258

ବେଗୁନିଆ , ୧୦/୦୧(ପିପିଟି):ଦୀପତଳ ଅନ୍ଧାର ଭଳି ଅନ୍ୟ ଜିଲ୍ଲାରେ ମଣ୍ଡି ଖୋଲାଯାଇ ସାରିଥିବାବେଳେ ଆଜି ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ ମଣ୍ଡି ଖୋଲା ଯାଇପାରି ନାହିଁ ।ଫଳରେ ଚାଷୀମାନେ ଅମଳ କରିଥିବା ଧାନ ର ଉଚିତ ମୂଲ୍ୟ ନପାଇ ଧାର କରଜ ସୁଝିବା ଆଶାରେ ଶାଗ ମାଛ ଦରରେ ବେପାରୀ ମାନଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଆଜି ଗଡମାଣତୀର ,ହୀରାପୁର ,ଗୋବିନ୍ଦପୁର ଏବଂ ବୋତଳମା ପଞ୍ଚାୟତର ପ୍ରାୟ ୨ ଶହ ଚାଷୀ ଗଡ଼ମାଣତୀର ସେବା ସମବାୟ ସମିତି ଗୋଦାମ ଗୃହ ଘରେ ଏକତ୍ରିତ ହୋଇ ମଣ୍ଡି ଖୋଲିବା ଦାବିରେ ଆଲୋଚନା କରିଥିଲେ ।ମଣ୍ଡି ଶୀଘ୍ର ନଖୋଲିବା ଯୋଗୁଁ ଚାଷୀମାନେ ବିଭିନ୍ନ ବାଟରେ କ୍ଷତି ସହୁଛନ୍ତି । ହାତୀ ଉପଦ୍ରବ ଯୋଗୁଁ ଗଦା ଧାନ କିମ୍ବା ବେଙ୍ଗଳା ଧାନ ନଷ୍ଟ ହେଉଛି ।ଏ ଦିଗରେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ଚାଷୀ ମାନେ ଏକତ୍ରିତ ହୋଇ ତୁରନ୍ତ ମଣ୍ଡି ଖୋଲିବା ପାଇଁ ଦାବି କରିଥିଲେ ।ନଚେତ ଆଗାମୀ ଦିନରେ ଚାଷୀ ମାନେ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବେ ବୋଲି ସେବା ସମବାୟ ସମିତି ସମ୍ପାଦକ ମାନସ ଛୋଟରାୟଙ୍କୁ କୃଷକ ନେତା ନିବାସ ସୁନ୍ଦରାୟ ,ଲୋଚନ ରାଉତରାୟ ,ଗୋପବନ୍ଧୁ ରଣସିଂହ ଏବଂ ଶିଶିର ରାଉତରାୟ ପ୍ରମୁଖ ଚାଷୀ ମାନଙ୍କ ସହିତ ଆଲୋଚନାରେ ଭାଗ ନେଇ ଜଣାଇଥିଲେ ।ସେବା ସମବାୟ ସମିତି ସମ୍ପାଦକ ଶୀଘ୍ର ମଣ୍ଡି ଖୋଲିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.