ମାଲକାନଗିରି,୧୭/୧୨(ପିପିଟି):ମାଲକାନଗିରି ଜିଲ୍ଲା ଉପ-ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ କୌଣସି ଏକ କାମରେ ମାଲକାନଗିରି ଠାରୁ ବାଲିମେଳା ଗସ୍ତ କରୁଥିବା ସମୟରେ ସିରାଗୁଡା ଛକ ଠାରେ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ତେବେ ଏହି ଦୁର୍ଘଟଣା ସମୟରେ ଗାଡ଼ିରେ ଉପ-ଜିଲ୍ଲାପାଳଙ୍କ ସମେତ ଗାଡି ଚାଳକ ଓ କିଛି କର୍ମଚାରୀ ବସି ଥିଲେ। ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ବେଳେ ଗାଡିଟି ସାମାନ୍ୟ ଭାଙ୍ଗି ଯାଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Prev Post