ପୁନର୍ବାର ହିଞ୍ଜିଳି ବ୍ଳକ୍ ପାଇଁ ସୁରେନ୍ଦ୍ର ଓ ପୌର ପରିଷଦର ପାଇଁ ଭୀମସେନ ବିଜେଡ଼ି ସଭାପତି ଘୋଷିତ ।

0 539

ହିଞ୍ଜିଳିକାଟୁ,୦୫/୨୧(ପିପିଟି): ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ସଭାପତି ରମେଶ ଚନ୍ଦ୍ର ଚାଉପଟ୍ଟନାୟକ ହିଞ୍ଜିଳି ବ୍ଳକ୍ ଓ ପୋୖରାଞ୍ଚଳ ପାଇଁ ବିଜେଡି ଦଳ ପକ୍ଷରୁ ସଭାପତି ଘୋଷଣା କରିଛନ୍ତି । ପୁନର୍ବାର ପୂର୍ବତନ ହିଞ୍ଜିଳି ବ୍ଳକ୍ ସଭାପତି ଥିବା ସୁରେନ୍ଦ୍ରନାଥ ପ୍ରଧାନ ପୁଣି ଥରେ ଉକ୍ତ ପଦବୀ ପାଇଁ ସଭାପତି ଘୋଷିତ ହୋଇଛନ୍ତି ।ସେହିପରି ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ପୂର୍ବତନ ପୌରାଞ୍ଚଳ ବିଜେଡ଼ି ସଭାପତି ଭୀମସେନ ବେହେରା ମଧ୍ୟ ପୁଣି ଥରେ ନିଜ ପଦ କାୟମ ରଖିବା ସହ ପୁନର୍ବାର ଆଗାମୀ ଦିନ ପାଇଁ ପୌରାଞ୍ଚଳର କାର୍ଯ୍ୟ ନିର୍ବାହ ସକାଶେ ଦଳ ତରଫରୁ ସଭାପତି ରୂପେ ମନୋନୀତ ହୋଇଛନ୍ତି । ଆସନ୍ତା ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ଥିବାରୁ ସାଂଗଠନିକ ଦୃଷ୍ଟି କୋଣରୁ ଉଭୟ ପଦ ଅତ୍ୟନ୍ତ ଗୁରୁତ୍ୱ ମନେ କରାଯାଉଥିଲା । ନବ ନିଯୁକ୍ତ ଉଭୟ ସଭାପତି ଦଳର ସୁସଂଗଠନ ଓ ପରିଚାଳନା ପାଇଁ ଗୁରୁତ୍ବର ସହ ଦାୟିତ୍ତ୍ୱ ବହନ କରିବେ ବୋଲି ଏକ ମୌଖିକ ବିବୃତ୍ତି ରେ ସୂଚନା ଦେଇଛନ୍ତି ।ଦଳର ସମସ୍ତ କର୍ମୀ ଓ ନେତାଙ୍କୁ ସହଯୋଗ କରିବା ସହ ଦଳକୁ ଆଗେଇ ନେବା ପାଇଁ କର୍ମୀମାନଙ୍କୁ ନିବେଦନ କରିଥିଲେ ।ଉଭୟ ସଭାପତି ପୁନଃ ମନୋନୀତ ପରେ ଅଞ୍ଚଳ ବିଜେଡି ଦଳ ତରଫରୁ ନେତା ଓ କର୍ମୀ ମାନଙ୍କ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅଛୁଟିଛି । ଆଗାମୀ ନିର୍ବାଚନରେ ଦଳକୁ ସମ୍ମାନରେ ସହ ଅଗ୍ରଣୀ ଦଳ ରୂପେ ପରିଗଣିତ କରି ଜନସାଧାରଣଙ୍କ ଆଶୀର୍ବାଦରେ ବିନା ସଂଘର୍ଷରେ ଦଳକୁ ଏକ ନମ୍ବର କରିବେ ବୋଲି ଘୋଷିତ ସୂଚନା ଶୁଣିବାକୁ ମିଳିଛି ।
(ରିପୋର୍ଟ- ସାନ୍ତନୁ କୁମାର ବେହେରା ।)

Leave A Reply

Your email address will not be published.