ଯାଜପୁର,୦୮/୦୮(ପିପିଟି) : ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ନିର୍ଦ୍ଦେଶ କ୍ରମେ ଧର୍ମଶାଳା ଯୁବ ବିଜେଡି ସଭାପତି କ୍ଷୀତିଶ ନାୟକଙ୍କ ନେତୃତ୍ୱରେ ଧର୍ମଶାଳା ନିର୍ବାଚନ ମଳୀର ୫୪ଗୋଟି ପଞ୍ଚାୟତ ଯୁବ ବିଜେଡି ସଭାପତି, ବ୍ଲକ୍ କର୍ମକର୍ତ୍ତା ଏବଂ ଜିଲ୍ଲା କର୍ମକର୍ତ୍ତା ମାନଙ୍କୁ ନେଇ ଆଗାମୀ ପାୟତ ନିର୍ବାଚନ ଉପଲକ୍ଷେ ସାଙ୍ଗଠନିକ ଖସଡା ପ୍ରସ୍ତୁତ କଲା ଯୁବ ବିଜେଡି ଏବଂ ଆଗାମୀ ପାୟତ ନିର୍ବାଚନରେ କିଭଳି ସର୍ବାଧିକ ପାୟତ ଓ ଜିଲ୍ଲା ପରିଷଦ ଜୋନ, ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜୁ ଜନତା ଦଳ ଦଖଲ କରିବ ଉକ୍ତ ବୈଠକରେ ଆଲୋଚନା କରାଯାଇଥିଲା । ପରିଶେଷରେ ଯୁବ କର୍ମର୍କାମାନେ ଏକତ୍ରୀତ ହୋଇ ବିଧାୟକଙ୍କୁ ତାଙ୍କ ବାସ ଭବନରେ ସାକ୍ଷାତକରି ସାଙ୍ଗଠନିକ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଆର୍ଶୀବାଦ ନେଇଥିଲେ । ଉକ୍ତ ବୈଠକରେ ଯୁବ ଜନତାର ଡ୍ରେସକୋଡ ଧର୍ମଶାଳା ବିଧାୟକ ଉଦ୍ଘାଟନ କରିଥିଲେ । ଉକ୍ତ ବୈଠକରେ ୫୪ଗୋଟି ପଞ୍ଚାୟତର ଯୁବ ବିଜେଡି ପାୟତ ସଭାପତି, ବ୍ଲକ୍ କର୍ମର୍କା, ଜୋନ ସଭାପତି ଏବଂ ଜିଲ୍ଲା କର୍ମକର୍ତ୍ତା ଯୋଗଦେଇ ଆଗାମୀ ପାୟତ ନିର୍ବାଚନରେ ଦଳ କିଭଳି ଭାବରେ ସର୍ବାଧିକ ଆସନରେ ବିଜୟଲାଭ କରିବ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସୁବ୍ରତ ଧଳ, ବିକାଶ ଦାସ, ଯଚିନ୍ଦ୍ର ପ୍ରଧାନ, ସଞ୍ଜୟ ନାୟକ ପ୍ରମୂଖ ସହଯୋଗ କରିଥିଲେ ।