ରାୟଗଡା,୦୭/୦୭(ପିପିଟି);ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ କଂଗ୍ରେସର କର୍ମକର୍ତ୍ତା,ଓଡ଼ିଶା ପ୍ରଦେଶ କଂଗ୍ରେସ ଆହ୍ୱାନରେ ବିଭିନ୍ନ ଦାବୀ ନେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ ସହ ପ୍ରତିବାଦ କରିଥିଲେ। ବିଶେଷକରି ପେଟ୍ରୋଲ, ଡିଜେଲ,ରନ୍ଧନଗ୍ୟାସ, ଖାଇବାତେଲ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷର ଅହେତୁକଦର ସାଧାରଣ ଲୋକଙ୍କୁ ବହୁତ ବାଧିଛି।ଏଣୁ ରାମନାଗୁଡ଼ା ବ୍ଲକ କଂଗ୍ରେସପକ୍ଷରୁ ଗିନି,ଝାଞ୍ଜ,ମୃଦଙ୍ଗ ଓ ଖଞ୍ଜଣୀ ବଜାଇ ପ୍ରତିବାଦ କରିଥିଲେ।ଆଜିର ପ୍ରତିବାଦରେ ବ୍ଲକ ସଭାପତି ବାଞ୍ଛାନିଧି ବେହେରା, ସାଂସଦ ପ୍ରତିନିଧି ଗର୍ଜନା ପ୍ରସାଦ,ଜିଲ୍ଲା ଉପସଭାପତି ଲକ୍ଷ୍ମୀ ନାରାୟଣ ନନ୍ଦ,ବ୍ଲକ ଉପସଭାପତି ମନ୍ମଥ ହୁଇକା ଓ ଭାସ୍କର ବିଡିକା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରକାଶ କଣ୍ଡାଗୋରି ଓ ତାଂଗୁଡୁ ଶ୍ରୀଧର ଉପସ୍ଥିତ ଥିଲେ।
(ରିପୋର୍ଟ – ନବୀନ ନାୟକ ବେହେରା। )