ଉଲୁଣ୍ଡା,୦୭/୦୭(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମା ଉମାଦେବୀ ଜୁନିଅର କଲେଜ କଡୋଦରର ଯୁବ ରେଡକ୍ରସ ତରଫରୁ ଯୁବ ରେଡକ୍ରସ କାଉନସେଲର ଅଧ୍ୟାପକ ଉଦ୍ଧବ ପଧାନଙ୍କ ତତ୍ୱବାଧାନରେ କଲେଜ ପରିସରରେ ବନ ମହୋତ୍ସବ ସପ୍ତାହ ପାଳନ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ବଲ୍ଲଭ ପୁରୋହିତ ମୁଖ୍ୟ ଅତିଥି,ବନପାଳ ପ୍ରସନ୍ନ ନାଏକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିବାବେଳେ ଅଧ୍ୟାପକ ସୁଶାନ୍ତ ଦେହୁରୀ,ବାଳମୁକୁନ୍ଦ ବାରିକ, ନିତ୍ୟାନନ୍ଦ ମିଶ୍ର,ଅଧ୍ୟାପିକା ସାଧନା ମେଂଡ଼ିଲି,ରଞ୍ଜିତ ମିଶ୍ର ପ୍ରମୁଖ ଉପସ୍ଥିତ ରହି କଲେଜ ପରିସରରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା ।ସେହିଭଳିଉଲୁଣ୍ଡା ବ୍ଲକର କଳାପଥର ସତ୍ୟବାଦୀ ଜୁନିୟର କଲେଜ ପରିସରରେ ମଧ୍ୟ କଲେଜ ଅଧ୍ୟକ୍ଷ ଶ୍ରୀକାନ୍ତ ପ୍ରଧାନ ଅଧ୍ୟକ୍ଷତାରେ ବନ ମହୋତ୍ସବ ପାଳନ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଯୁବ ରେଡକ୍ରସ କାଉନସେଲର ଅଧ୍ୟାପକ କିଶୋର ସାହୁ ,ଶଶାଙ୍କ ଶେଖର ସୁଆର,ଶିବବ୍ରତ କର୍ଣ୍ଣ,ସଞ୍ଜୟ କର୍ଣ୍ଣ,କରୁଣାକର ପଧାନ ପ୍ରମୁଖଙ୍କ ସମେତ ରେଡକ୍ରସ ସ୍ବେଚ୍ଛାସେବୀ ମାନେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ ।)