ଶେରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ।

0 454

ଶେରଗଡ଼,୨୬/୦୬(ପିପିଟି);ଆଜି ଶେରଗଡ଼ ରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିନୀଲ କ୍ରିଷ୍ଣା ଶେରଗଡ଼ ଗ୍ରସ୍ତ କରିଛନ୍ତି । ଆଜି ଦିନ ୧୧ ଘଣ୍ଟ ସମୟରେ ଶେରଗଡ଼ ବ୍ଲକ ରେ ପହଞ୍ଚି ଜୋନ ଅନୁଯାୟୀ ସମସ୍ତ ଜନ ପ୍ରତିନିଧିଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଉକ୍ତ ବୈଠକ ରେ ପିତଳ, ତଚାଷୀ ମାନଙ୍କୁ ଉଚିତ ସମୟରେ ସାର ଯୋଗେଇବା ସହ,ଶେରଗଡ଼ରେ ପାର୍କ ନିର୍ମାଣ, ଶେରଗଡ଼ କୁମାରପଣି ବାଇପାସ ରାସ୍ତା ନିର୍ମାଣ ପାଇଁ ଓ ଶୀତଳ ଭଣ୍ଡାର ପାଇଁ ବରିଷ୍ଠ ବିଜେଡି ନେତା ହୃଷିକେଶ ପାଢ଼ୀ ଦାବି କରିଥିଲେ। ଋଷୁକୁଲ୍ୟା ନଦୀରୁ ବେନୁଆ ଗଛ ହଟାଇବା, ପିତଳ ଋଷୁକୁଲ୍ୟା ନଦୀରେ ବ୍ୟାରେଜ ନିର୍ମାଣ ସହ ମେଗା ଜଳ ଯୋଗାଣ ପାଇଁ ଯୁବ ବିଜେଡ଼ି ସଭାପତି ସନ୍ତୋଷ ପଟ୍ଟନାୟକ ଦାବି ଉପସ୍ଥାପନା କରିଥିଲେ।ଉକ୍ତ ବୈଠକ ରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ମୁଖ୍ୟମନ୍ତ୍ରୀଙ୍କ ଉପ ସଚିବ ଶୁଭ୍ରାଂଶୁ ମିଶ୍ର, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ମହାପାତ୍ର, ବ୍ଲକ ଅଧ୍ୟକ୍ଷା ସାରସ ସ୍ୱାଇଁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ବୁନାଥ ନନ୍ଦୀ, ତହସିଲଦାର ଡ଼ ଦୟାସିନ୍ଧୁ ପରିଡା,ଥାନା ଅଧିକାରିଣୀ ମମତା ସାମନ୍ତରାୟ, ୫୭ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ସାହୁ ,୫୮ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର,ଙ୍କ ସମେତ ବ୍ଲକର ଅନ୍ୟ କର୍ମଚାରୀ ଓ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଉଦୟ ପ୍ରଧାନ, ସମୀର ପ୍ରଧାନ, ଦୁର୍ଗା ବିଷୋୟୀଙ୍କ ସମେତ ବହୁ ଅଧିକାରୀ ଓ ଜନ ପ୍ରତିନିଧି ଉପସ୍ଥିତ ଥିଲେ ।

ରିପୋର୍ଟ:- ଭିକୁ ନାୟକ

Leave A Reply

Your email address will not be published.