୧୯୯୪ ମ୍ୟାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ  ବନ୍ଧୁମିଳନ ।

0 234

ଭଞ୍ଜନଗର, ୧୫/୦୧(ପିପିଟି):ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ କୁଲାଡ଼ କବିସମ୍ରାଟ ବିଦ୍ୟାପୀଠ 1994 ମ୍ୟାଟ୍ରିକ ବ୍ଯାଚର ଛାତ୍ରଛାତ୍ରୀଙ୍କୁ ନେଇ ଦୀର୍ଘ ତିରିଶ ବର୍ଷ ପରେ ପୁରାତନ ଛାତ୍ର ବୁଲୁ ସାହୁ, ଲଷ୍ମୀ ବେହେରା, ସୁନୀଲ ବେହେରା, କପିଳା ପାତ୍ର, ସଂଜୀବ ପାତ୍ରଙ୍କ ଦ୍ୱାରା କୁଲାଡ଼ ପାନ୍ଥଶାଳା ଠାରେ ଏକ ବନ୍ଧୁମିଳନର ଆୟୋଜନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ବିଷୟରେ ଆଲୋଚନା ସହ ସ୍ମୃତି ଚାରଣ କରାଯାଇଥିଲା। ପ୍ରତିବର୍ଷ ଜାନୁଆରୀ ମାସରେ ବନ୍ଧୁ ମିଳନ କରିବା ନେଇ ସହମତି ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମରେ କବି ସମ୍ରାଟ ବିଦ୍ୟା ପିଠରେ ଅବସର ପ୍ରାପ୍ତ ଦୁଇ ଶିକ୍ଷାକ ପୁର୍ଣଚନ୍ଦ୍ର ଦାଶ ଓ ମନୋରଞ୍ଜନ ପତି ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା ।ଏଥିରେ ସୁଜ୍ଞାନୀ ପାଢ଼ୀ,ଅରୁନ୍ଧତୀ ସାହୁ,ସନ୍ଧ୍ୟା ରାଣୀ ଷଢଙ୍ଗୀ,ଝିଲି ସାହୁ, ଭାନୁବତୀ ପାଢ଼ୀ,ପ୍ରଭାତ ବିଶ୍ୱାଳ,ସୁକାନ୍ତ ମଳିକ, ଭଗବାନ ବିଷୋୟୀ, ଟୁନା ବେହେରା,  ଲକ୍ଷ୍ମୀ ସେଠି, ରୁଦ୍ରପ୍ରସାଦ ତ୍ରିପାଠୀ ଆଦି ମୋଟ 45 ଜଣ ଯୋଗ ଦେଇ ସହଯୋଗ କରିଥିଲେ ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.