ବେଲଗୁଣ୍ଠା,୨୩/୧୨(ପିପିଟି); ଆଜି ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଜନ ସଚେତନତା ଓ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଗୀ କଲ୍ୟାଣ ସମିତି ତରଫରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ କେନ୍ଦ୍ର ଭିତର ଏବଂ ବାହାର ପରିସରକୁ ସଫେଇ କରାଯିବା ସହିତ ଡାକ୍ତରଖାନା ପରିସରକୁ ପରିଷ୍କାର ରଖିବା ପାଇଁ ଜନ ସାଧାରଣଙ୍କୁ ସଚେତନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାକ୍ତର ଶୁଭମ୍ ପାତ୍ର ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ରୂପେ ଦନ୍ତ ଚିକିତ୍ସକ ଡ଼ାକ୍ତର ଏସ୍.ମୃତ୍ୟୁଞ୍ଜୟ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଷ୍ଟାଫ ନର୍ସ ଏବଂ ପାରା ମେଡିକାଲ କର୍ମଚାରୀ ସହଯୋଗ କରିଥିଲେ । ବିପିଏମ୍ ଦୁର୍ଗା ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )