ୱାର୍ଲ୍ଡ ଚ୍ୟାରିଟି ୱେଲଫେୟାର ପକ୍ଷରୁ ସୁବର୍ଣ୍ଣପୁର ର ଆଠ ଜଣ ସାରସ୍ଵତ ପ୍ରତିଭା ସମ୍ବର୍ଦ୍ଧିତ ।

0 55

ସୁବର୍ଣ୍ଣପୁର ,୦୧/୦୭(ପିପିଟି) : କଟକ ସ୍ଥିତ ଶତାବ୍ଦୀ ଭବନ ଠାରେ କେନ୍ଦ୍ର ସରକାରଙ୍କ ର ପାଞ୍ଚଗୋଟି ବିଭାଗ ଦ୍ୱାରା ପରିଚାଳିତ ୱ।ର୍ଲ୍ଡ ଚ୍ୟାରିଟି ୱେଲଫେୟାର୍ ଫାଉଣ୍ଡେସନ ସଂସ୍ଥା ପକ୍ଷରୁ ସର୍ଵ ଭାରତୀୟ ସ୍ତରରେ ଆୟୋଜିତ ଏକ ପ୍ରତିଭା ସମ୍ବର୍ଦ୍ଧନା ମହୋତ୍ସବ ରେ ସମଗ୍ର ଭାରତବର୍ଷ ରୁ ସାହିତ୍ୟ କ୍ଷେତ୍ରରେ ମନୋନୀତ ହୋଇ ଆସିଥିବା ପ୍ରାୟ ଅଠାନବେ ଜଣ ସାରସ୍ୱତ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ମନୋନୀତ ପ୍ରତିଭା ମାନଙ୍କ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ଅର୍ଜନ କରିଥିବା ଆଠ ଜଣ ସାରସ୍ୱତ ପ୍ରତିଭା ସର୍ବଶ୍ରୀ ଆର୍ତ୍ତତ୍ରାଣ ବାବୁ, ଶ୍ରୀଧର ଵାଗ, ସୁଦାମ ନାଏକ, ଶୁଭେନ୍ଦୁ ମେହେର, ଦ୍ଵିତୀକୃଷ୍ଣ ପଣ୍ଡା, ରାଧେଶ୍ୟାମ ମିଶ୍ର, ଶାନ୍ତନୁ କୁମ୍ଭକାର ଏବଂ ଜିତେନ୍ଦ୍ର ପର୍ଡିଆ ଙ୍କୁ ଟ୍ରଫି ଉପଢ଼ୌକନ ସହିତ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନ ଜନକ ଡକ୍ଟରେଟ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏକକାଳୀନ ଭାବରେ ଜିଲ୍ଲା ର ଏତେଜଣ ପ୍ରତିଭାଙ୍କ ସଫଳତାରେ ଜିଲ୍ଲା ର ସାହିତ୍ୟିକ ମହଲରେ ଆନନ୍ଦ ପ୍ରକାଶ ପାଇବା ସହ ସମସ୍ତ ଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.