୮୩ତମ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ।

0 386

ଭଞ୍ଜନଗର, ୦୧/୦୨(ପିପିଟି) : ଭଞ୍ଜନଗର ବ୍ଲକ ବାରୁଡ଼ା ପଞ୍ଚାୟତ ବାଲିଆ ପଟା ଗ୍ରାମରେ ଆମ ପୋଲିସ ସମିତିର ୮୩ତମ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଥାନା ଅଧିକାରୀ ଭଗବାନ ପୂଜାରୀ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଇନ ଶୃଙ୍ଖଳା ଉପରେ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରିଥିଲେ।ପୋଲିସ ସମିତିର ସଭାପତି ଡ଼. କୃତ୍ତିବାସ ବିଶ୍ୱାଳ, ସଦସ୍ୟ ଡ଼. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଅନ୍ଧ ବିଶ୍ୱାସ,କୁସଂସ୍କାର, ଗୁଣି ଗାରେଡି, ବାଲ୍ୟ ବିବାହ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଆୟୁଷ ଡାକ୍ତର ଗାୟତ୍ରୀ ସାହୁ ଗ୍ରାମବାସୀ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ।ସେହିପରି ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ବାସନ୍ତୀ ପାଣିଗ୍ରାହୀ ଗ୍ରାମାଞ୍ଚଳରେ ଶିକ୍ଷା ଓ ଅନ୍ୟନ୍ୟ ସମସ୍ୟାର ସମାଧାନ ଉପରେ ମତ ଦେଇଥିଲେ।ଏଥିରେ ଗରିବ ଲୋକଙ୍କୁ ଶୀତବସ୍ତ୍ର,ଯୁବକ ମାନଙ୍କୁ ପୋଷାକ, ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା।ଏଥିରେ ଆମ ପୋଲିସ ସମିତିର ସଦସ୍ୟ, ସମସ୍ତ ପୋଲିସ କର୍ମଚାରୀ ଓ ଗ୍ରାମବାସୀମାନେ ସହଯୋଗ କରିଥିଲେ।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.