୭୩ତମ ରାଜ୍ୟ ପୋଲିସ ଆଥଲେଟିକ ଚମ୍ପିୟନସିପ୍-୨୦୨୫ ଉଦଘାଟିତ।

0 281

କଟକ,୨୨/୦୨: କଟକ ବକ୍ସି ବଜାର ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୭୩ତମ ରାଜ୍ୟ ପୋଲିସ ଆଥଲେଟିକ ଚାମ୍ପିୟନସିପ୍ – ୨୦୨୫ ଶୁଭାରମ୍ଭ ହୋଇ ଯାଇଛି । ଆର.ପି.କୋଚେ, ଆଇପିଏସ,ନିର୍ଦ୍ଦେଶକ,ଗୁଇନ୍ଦା,ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଥିଲେ ।

ଖେଳ ପରସ୍ପର ମଧ୍ୟରେ ଏକ ବନ୍ଧୁତ୍ଵପୂର୍ଣ୍ଣ ଭାବନା ସୃଷ୍ଟି କରିଥାଏ। ଏଭଳି ଚାମ୍ପିୟନସିପ ପୋଲିସ ଅଧିକାରୀ/ କର୍ମଚାରୀଙ୍କ ଆତ୍ମବିଶ୍ଵାସ ବୃଦ୍ଧି, ଅନୁଶାସନ ତଥା କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ବୃଦ୍ଧି ପାଇଥାଏ ବୋଲି ଗୁଇନ୍ଦା ନିର୍ଦେଶକ ଶ୍ରୀ କୋଚେ ମତବ୍ୟକ୍ତ କରିଥିଲେ । ରାଜ୍ୟ,ଜିଲ୍ଲା, ରେଞ୍ଜ ସ୍ତରର ଖେଳାଳିମାନେ ଏହି ଟୁର୍ନାମେଣ୍ଟରେ ସାମିଲ ହୋଇଥିବାରୁ ପରସ୍ପର ମଧ୍ୟରେ ଉତ୍ତମ ସମ୍ମନ୍ଵୟ ସୃଷ୍ଟିହେବ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଚାମ୍ପିୟନସିପ ଆୟୋଜନ ଓ ପରିଚାଳନା ନିମନ୍ତେ ସେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ମଧ୍ୟ ଧନ୍ଯବାଦ ଜଣାଇଥିଲେ।

ଏହି ଚମ୍ପିୟାନସିପରେ ସାରା ରାଜ୍ୟର ବିଭିନ୍ନ ରେଞ୍ଜ ଏବଂ ବାଟାଲିୟନରୁ ୪୧ ଟି ପୋଲିସ ଟିମ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ ୭୯୭ ଜଣ ଖେଳାଳି ସାମିଲ ହୋଇଛନ୍ତି। ୬୬୫ ଜଣ ପୁରୁଷ ଓ ୧୩୨ ଜଣ ମହିଳା ଏହି ଚାମ୍ପିୟନସିପରେ ସାମିଲ ହୋଇଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଚାଲିବ।

ଡିଆଇଜି( କେନ୍ଦ୍ରାଞ୍ଚଳ) ଚରଣ ସିଂ ମୀନା ଏବଂ କଟକ ଡିସିପି ଜଗମୋହନ ମୀନା, ଷଷ୍ଠ ବାଟାଲିୟନ କମାଣ୍ଡାଣ୍ଟ ସୂର୍ଯ୍ୟନାରାୟଣ ମଲ୍ଲିକ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଆଇଜି( କାର୍ମିକ) ଏସ. ପ୍ରବୀଣ କୁମାର, ଏଆଇଜି ( ମୁଖ୍ୟାଳୟ) ସୁରେଶ କୁମାର ନାଏକଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.