୬୦ କେଜି ଗଞ୍ଜେଇର ତରଳ ପଦାର୍ଥ ଜବତ, ଅଭିଯୁକ୍ତ ଚମ୍ପଟ ।

0 224

ମାଲକାନଗିରି,୦୩/୧୧(ପିପିଟି):ଗତ ରବିବାର ରାତି ୧୧ ଘଟିକା ସମୟରେ ଚିତ୍ରକୋଣ୍ଡା ପାଲିସ ଏସଆଇ ନିମାଇଁ ଚରଣ ପଣ୍ଡାଙ୍କ ନେତୃତ୍ୱରେ ଉକ୍ତ ଅଞ୍ଚଳରେ ପେଟ୍ରୋଲଂ ଚାଲିଥିବା ବେଳେ ଏକ ବିଶ୍ବାସ ସୂତ୍ରରୁ ସୂଚନା ପାଇ ପୋଲିସ ସଦଳବଳେ ଏସଆର୍ ଛକ ନିକଟସ୍ଥ ଶାଳ ବୃକ୍ଷ ଜଙ୍ଗଲ ପାଖରେ ପହଞ୍ଚିଥିଲା। ସେଠାରେ ୮ ଗୋଟି ମଟର ସାଇକେଲ ଠିଆ କରି ୮ ଜଣ ବ୍ୟକ୍ତି ଆନ୍ଧ୍ର ପ୍ରଦେଶକୁ ଗଞ୍ଜେଇ ସାମଗ୍ରୀ ଚାଲାଣ ପାଇଁ ଯୋଜନା କରୁଥିବା ସମୟରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚିରୁ ଅଭିଯୁକ୍ତମାନେ ପୋଲିସ ଗାଡି ଦେଖି ମଟର ସାଇକେଲ ଗୁଡିକ ଛାଡି ଘନ ଜଙ୍ଗଲ ଭିତରକୁ ଚମ୍ପଟ ମାରିଥିଲେ। ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳତା ଅର୍ଜନ କରି ନଥିଲା ବେଳେ ଘଟଣାସ୍ଥଳରୁ ଏକ ପ୍ଲାଷ୍ଟିକ ଅଖା ଯବତ କରିବା ସହିତ ୮ ଗୋଟି ମଟର ସାଇକେଲକୁ ଯବତ କରିଥିଲା । ତେବେ ସେହି ପ୍ଲାଷ୍ଟିକ ଅଖାରେ ୬୦ କେଜି ଗଞ୍ଜେଇର ତରଳ ପଦାର୍ଥ ରହିଥିବା ପୋଲିସ୍ ଜାଣି ପାରିଥିଲା। ଯାହାର ରଙ୍ଗ କଳାଥିଲା । ତରଳ ଗଞ୍ଜେଇ ଚୋରା ଚାଲାଣ କରିବାର ଅଭିନବ କୌଶଳ ବର୍ତ୍ତମାନ ଗଞ୍ଜେଇ ମାଫିଆମାନେ ଆପଣାଇଛନ୍ତି, ଯାହାକି ପୂର୍ବରୁ ପୋଲିସ କେବେ ଯବତ କରି ନାହିଁ। ୬୦ କେଜି ତରଳ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୮ କୋଟି ଟଙ୍କା ହେବ ବୋଲି ପୋଲିସ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଚିତ୍ରକୋଣ୍ଡା ଥାନା କେସ ନମ୍ବର ୨୧୩/୨୦୨୫ ତାରିଖ:୨.୧୧.୨୦୨୫ ୟୁ/ଏସ୍- ୨୦(ବି)( ii) ସି ୨୫/୨୯ ଏନଡିପିଏସ୍ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା
ପୋଲିସ ସୂତ୍ରରୁ ପ୍ରକାଶ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.