୬ଦଫା ଦାବିରେ ଏମ୍ବିକେ ଓ ସିଆର୍‌ପି ସଂଘର ଧାରଣା ।

0 243

ଭଞ୍ଜନଗର, ୨୭/୦୯(ପିପିଟି):ଭଞ୍ଜନଗର ବ୍ଳକ ମିଶନ ଶକ୍ତି ଅଧୀନରେ ଏମ୍ବିକେ ଓ ସି ଆର୍ ପି ସଂଘର କାର୍ଯ୍ୟରତ ମହିଳାଙ୍କୁ ଅବହେଳା ପ୍ରତିବାଦରେ ବ୍ଲକ୍ ସମ୍ମୁଖରେ ଗତ ୨୨ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସଂଘ ପକ୍ଷରୁ ଧାରଣା ଦିଆଯାଇଛି।ଭଞ୍ଜନଗର ବିଡ଼ିଓଙ୍କୁ ଏସମ୍ପର୍କରେ ୬ଦଫା ଦାବିକୁ ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।ସେମାନଙ୍କ ବିଭିନ୍ନ ଦାବି ମଧ୍ୟରେ ସ୍ଥାୟୀ ନିଯୁକ୍ତି,ଏକାଉଣ୍ଟ ପେମେଣ୍ଟ,ପୂର୍ବ ନିର୍ଦ୍ଧାରିତ ଦରମା, ଆଞ୍ଚଳିକ ମେଣ୍ଟର ପୁନର୍ଗଠନ ବନ୍ଦ କରିବା ଆଦି ଦାବିରେ ଭଞ୍ଜନଗର ବ୍ଲକର ୧୦ଟି ପଞ୍ଚାୟତର ୪୮ଜଣ ଏମ୍ବିକେ ଓ ସିଆରପି ମହିଳା ଧାରଣାରେ ବସି ଛନ୍ତି।ଏଥିରେ ବ୍ଲକ ସଂଘର ସଭାନେତ୍ରୀ ମଧୁଛନ୍ଦା ସ୍ବାଇଁ, ସମ୍ପାଦିକା ସୋନି ନାୟକ,ସି ଆର ପି ଯାଜ୍ଞସେନି ଗୌଡ଼, ଏମ୍ ବି କେ ରାଜେଶ୍ୱରୀ ସ୍ୱାଇଁ,ଶୁଭଲଷ୍ମୀ ଗୌଡ଼,କିରଣ ସାହୁ, ଲିପିକା ପ୍ରଧାନ ପ୍ରମୁଖ ଧାରଣାର ନେତୃତ୍ବ ନେଇଥିଲେ। ସମସ୍ତ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କାର୍ଯ୍ୟକର୍ତ୍ତାମାନେ ପ୍ରକାଶ କରିଛନ୍ତି।

ରିପୋର୍ଟ୍ _ଜେ କେ ପଟ୍ଟନାୟକ

Leave A Reply

Your email address will not be published.