୫-ଟି ସଚିବଙ୍କ ଗସ୍ତର ୪୮ଘଣ୍ଟା ମଧ୍ୟରେ ସହାୟତା ପ୍ରଦାନ;କୃତଜ୍ଞତା ଜଣାଇଲେ ହିତାଧିକାରୀ ।

0 229

ଭଞ୍ଜନଗର, ୨୮/୮(ପିପିଟି):ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଅସହାୟ ଓ ଗରିବଙ୍କ ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କ ଆର୍ଥିକ ଉନ୍ନତି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି। ରାଜ୍ୟବାସୀଙ୍କ ଉନ୍ନତି ପାଇଁ ତର୍ଜମା କରି ବହୁ ସରକାରୀ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି।ତାହାକୁ ନେଇ ଆଜି ବହୁ ହିତାଧିକାରୀ ଉପକୃତ ହେଇ ପାରୁଛନ୍ତି। ରାଜ୍ୟବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି।କିଭଳି ରାଜ୍ୟରେ କେହି ଅସୁବିଧାର ସମ୍ମୁଖୀନ ନହୋଇ ସରକାରୀ ଯୋଜନାରେ ସାମିଲ ହୋଇ ଉପକୃତ ହୋଇପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରଖିଛି।ଗତ ୨୬ତାରିଖରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗସ୍ତରେ ଆସିଥିବା ୫ଟି ସଚିବ ଭି.କେ ପାଣ୍ଡିଆନ କଲେଜ ପଡ଼ିଆ ରେ ଆୟୋଜିତ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ଏହି ଶିବିରରେ ଭଞ୍ଜନଗର ଠାରେ ପ୍ରାୟ ୪୨୦ରୁ ଉର୍ଦ୍ଧ୍ବ ବିଭିନ୍ନ ଅଭିଯୋଗ ପତ୍ର ଦାଖଲ ହୋଇଥିବା ବେଳେ ଚିକିତ୍ସା ଓ ଅସହାୟ ନିମନ୍ତେ ଆର୍ଥିକ ସହାୟତା ପାଇଁ ଆବେଦନ କରିଥିବା ଭଞ୍ଜନଗର ବ୍ଳକ୍ ବାଉଁଶଲୁଣ୍ଡି ପଞ୍ଚାୟତର ଚାକୁଣ୍ଡାପଲ୍ଲୀ ଗ୍ରାମର ଏ. ସ୍ବପ୍ନା ଓ ତାଙ୍କ ବାପା ଏ. ମାର୍କଣ୍ଡ ଏବଂ ଜିଲୁଣ୍ଡି ଗ୍ରାମର ଶିବରାମ ଜେନାଙ୍କୁ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ,ବିଡ଼ିଓ ଶଶୀଭୂଷଣ ମହାପାତ୍ର,ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ପ୍ରମୁଖ ଆଜି ସନ୍ଧ୍ୟାରେ ଉପସ୍ଥିତ ରହି ଉଭୟ ଆବେଦନକାରୀଙ୍କୁ ସେମାନଙ୍କ ନିକଟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ଆସିଥିବା ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଚେକ୍ ଆକାରରେ ପ୍ରଦାନ କରିଛନ୍ତି। ପୂର୍ବରୁ ଉପଜିଲ୍ଲାପାଳ ବଡକୋଦଣ୍ଡା ରାସ୍ତାରେ ଏ. ସ୍ବପ୍ନାକୁ ବସୁନ୍ଧରା ଯୋଜନାରେ ସାମିଲ କରି ୪ଡେସିମିଲ୍ ଜାଗା ପ୍ରଦାନ କରିଥିଲେ। ଜିଲୁଣ୍ଡି ଗ୍ରାମର ଶିବରାମ ଜେନା ଏକ ସଡ଼କ ଦୁର୍ଘଟଣାରେ ନିଜର ଗୋଡ ହରାଇ ଥିବା ବେଳେ ତାଙ୍କର ଚିକିତ୍ସାରେ ଅର୍ଥ ବାଧକ ସାଜିଥିବା ଉକ୍ତ ଅଭିଯୋଗ ଶୁଣାଣୀରେ ଜଣାଇଥିଲେ। ତାଙ୍କୁ ମଧ୍ୟ ବିଡ଼ିଓ ଶ୍ରୀ ମହାପାତ୍ରଙ୍କ ଉପସ୍ଥିତିରେ ୩୦ ହଜାର ଟଙ୍କା ଚେକ୍ ପ୍ରଦାନ କରାଯାଇଛି।ଏହାକୁ ନେଇ ଉଭୟ ହିତାଧିକାରୀ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେହିଭଳି ଅନ୍ୟ ୩ଜଣ ହିତାଧିକାରୀଙ୍କ ପାଇଁ ସରକାରୀ ସ୍ତରରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ପାଇଁ ସ୍ଥିର ହୋଇଛି।

ରିପୋର୍ଟ-ଜେ କେ ପଟ୍ଟନାୟକ

Leave A Reply

Your email address will not be published.