ଭଞ୍ଜନଗର, ୧୭/୧୨ (ପିପିଟି):୫ ଟି ଅଧ୍ୟକ୍ଷ ଭି କେ ପାଣ୍ଡିୟାନ୍ ଆଜି ଭଞ୍ଜନଗର ଗସ୍ତରେ ଆସି କୁଲାଡ଼ରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ଶ୍ରୀ ପାଣ୍ଡିୟାନ୍ ଙ୍କୁ ଜିଲୁଣ୍ଡି, ଭଞ୍ଜନଗର ସହର, ଡିହପଢାଳ, କୁଲାଡ଼ରେ ବିଜେଡ଼ି ପକ୍ଷରୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। କୁଲାଡ଼ ଠାରେ ଅନୁଷ୍ଠିତ ସାଧାରଣ ସଭାରେ ସେ କହିଥିଲେ ବିକ୍ରମ ବାବୁ ଆପଣଙ୍କ ବିଧାୟକ ଥିବା ପର୍ଯ୍ୟନ୍ତ ଆମର ଭଞ୍ଜନଗର ପ୍ରତି କିଛି ଚିନ୍ତା ନାହିଁ । ମୁଖମନ୍ତ୍ରୀ କାର୍ଯ୍ୟାଳୟ ସହ ତାଙ୍କର ଭଲ ସମ୍ପର୍କ। ସେ ଆପଣମାନଙ୍କ ବିକାଶ ପାଇଁ କାମ ହାସଲ କଲା ଭଳି ଆଉ କିଏ କରିପାରିବ ନାହିଁ। ଗଞ୍ଜାମ ଜିଲାରେ ଫେବୃଆରୀ ମାସରେ ଲକ୍ଷ୍ମୀ ଯୋଜନା ଆରମ୍ଭ ହେବ। ତାହାର ସୁଫଳ ଛାତ୍ର ଛାତ୍ରୀ ଏବଂ ମା ମାନେ ପାଇବେ। ରାଜ୍ୟର ସମସ୍ତ ହାଇ ସ୍କୁଲ କୁ ରୂପାନ୍ତରିତ କରାଯାଉଛି। ଏହି ପ୍ରକ୍ରିୟା ଦୁଇ ମାସ ମଧ୍ୟରେ ସରିବ ବୋଲି ଶ୍ରୀ ପାଣ୍ଡିୟାନ୍ କହିଥିଲେ। ଏଥିସହ ରାଜ୍ୟର ସମସ୍ତ ବଡ ବଡ ମନ୍ଦିର ଗୁଡିକର ଉନ୍ନତିକରଣ କରାଯାଉଛି। ଆୟୋଜିତ ସଭାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଗଞ୍ଜାମ ଜିଲା ବିଜେଡ଼ି ସଭାପତି ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଉପସ୍ଥିତ ଥିଲେ।
ରିପୋର୍ଟ- (ଜେ. କେ ପଟ୍ଟନାୟକ)