୫୨ବର୍ଷରେ ଚାଲିଗଲେ ବରିଷ୍ଠ ଆଇନଜୀବି ପୀତବାସ ।

0 200

ଭଞ୍ଜନଗର, ୦୭/୦୨(ପିପିଟି):ଭଞ୍ଜନଗର ବାର ଆସୋସିଏସନର ବରିଷ୍ଠ ସଦସ୍ୟ ପୀତବାସ ଦାଶ (୫୨)ଙ୍କ ଆଜି ଅପରାହ୍ନରେ ପରଲୋକ ହୋଇଛି। ସେ ବିଗତ କିଛି ହେବ ଅସୁସ୍ଥ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ।ଆଜି ରାତିରେ ତାଙ୍କ ମୃତଦେହ ଭଞ୍ଜନଗରରେ ପହଞ୍ଚିବା ପରେ ସ୍ଥାନୀୟ ଜନସାଧାରଣ ତାଙ୍କ ଶେଷ ଦର୍ଶନ କରିବେ।ଏହାପରେ ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଅନ୍ତିମ ସତ୍କାର କରାଯିବ। ଏହି ଖବର ଭଞ୍ଜନଗର ଠାରେ ପହଞ୍ଚିବା ପରେ ନିଜ ସହକର୍ମୀ, ବନ୍ଧୁବାନ୍ଧବ ମହଲରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ପୀତବାସଙ୍କ ବିୟୋଗରେ
ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସମେତ ବାର ଆସୋସିଏସନର ଅନେକ କର୍ମକର୍ତ୍ତା ଗଭୀର ଶୋକବ୍ୟକ୍ତ କରିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.