୫ମ ଦିନ ଧାରଣାରେ ବିଭାଗୀୟ ଅଧିକାରୀମାନଙ୍କ ଭୁଆଁବୁଲା ଆଲୋଚନା ।

0 322

ଭଞ୍ଜନଗର,୦୧/୦୩(ପିପିଟି):ଜଗନ୍ନାଥପ୍ରସାଦ ବ୍ଳକର ଗାୟଗଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାଳଖମଣ,ମଣ୍ଡା ପଥର ଓ ଡାଙ୍ଗିଭୁଇଁ ଆଦିବାସୀ ଗାଁ କୁ ରାସ୍ତା, ବିଜୁଳି ଆଲୁଅ ଓ ପାନୀୟ ଜଳର ସର୍ବନିମ୍ନ ମୌଳିକ ସୁବିଧା ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହରାତ୍ର ଧାରଣା ଆଜି ୫ମ ଦିନରେ ପହଞ୍ଚିଛି । ଧାରଣାସ୍ଥଳକୁ ବିଭାଗୀୟ ଅଧିକାରୀମାନେ ଆସି ଆଲୋଚନା କରିଥିଲେ। ଦାବି ପୂରଣ ଦିଗରେ ନିଷ୍ପତ୍ତି ଦେବା ବଦଳରେ ଏହା ସମୟସାପେକ୍ଷ ବୋଲି ଉପସ୍ଥାପନ କରିଥିଲେ। ରାସ୍ତା ଜୁନ୍ ଶେଷ ସୁଦ୍ଧା ସମାପ୍ତ ହେବା କହିଥିଲେ ମଧ୍ୟ ନିର୍ଭୟ ପ୍ରତିଶ୍ରୁତି ପାଇଁ ସକ୍ଷମ ହୋଇନଥିଲେ। ଧାରଣାରତ ଆଦିବାସୀଙ୍କ ପକ୍ଷରୁ ଗୋଟିଏ ପ୍ରସ୍ତାବ ଦିଆଯାଇଥିଲା ଯେ ୩ ଦିନ ମଧ୍ୟରେ ଖଜୁରୀପଲ୍ଲୀ ଠାରୁ ଡାଙ୍ଗିଭୁଇଁ ପର୍ଯ୍ୟନ୍ତ ପ୍ରଥମେ ମେସିନ ଲଗାଇ ଆମ୍ବୁଲାନ୍ସ ସେବା ପହଞ୍ଚାଇବାକୁ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ କରାଯାଉ ବୋଲି ଦାବି ରଖିଥିଲେ। ୨ୟ ବିନ୍ଦୁ ବିଜୁଳି ଆଲୁଅ ଯୋଗାଣ ସଂପର୍କରେ ଆଲୋଚନାରେ ସୋଲାର ୧୫ ଫେବୃଆରୀ ୨୦୨୪ ରୁ ଦିଆଯାଇଛି ମାତ୍ର ଅଧଘଣ୍ଟା କାମ କରୁଛି ସେଥିପାଇଁ ଭୁବନେଶ୍ୱର ଜଣାଇଦେଇଛୁ ୨ ଦିନ ମଧ୍ୟରେ ଆସିଲେ ତା’ର ନିରାକରଣ କରାଯିବ। ଆମର ପ୍ରସ୍ତାବ ଥିଲା ବିଜୁଳି ଆଲୁଅ ଆମେ ଦାବି କରିଛୁ ସେ ଦାବି ର ନିର୍ଦ୍ଧିଷ୍ଟ ଉତ୍ତର ରଖିପାରିନଥିଲେ। ପାନୀୟ ଜଳ ବିଭାଗୀୟ ଅଧିକାରୀ ଆସନ୍ତା ୧୫ ଦିନ ମଧ୍ୟରେ ତାଳଖମଣ, ମଣ୍ଡା ପଥର ଓ ଡାଙ୍ଗିଭୁଇଁ ର ପାନୀୟ ଜଳ ସମସ୍ୟାର ସମାଧାନ ହେବ ଜଣାଇଥିଲେ। ଏଥିରେ ଧାରଣାରତଙ୍କ ସମର୍ଥନ ଥିଲା। ଶେଷରେ ବିଭାଗୀୟ ଅଧିକାରୀ ଏବଂ ଉପଜିଲ୍ଲାପାଳଙ୍କ ପ୍ରତିନିଧି ପ୍ରସ୍ତାବ ରଖିଥିଲେ ଆପଣ ଏ ଦାବି ସଂପର୍କରେ ସବିଶେଷ ଲେଖି ଦିଅନ୍ତୁ ସେ ଅନୁଯାୟୀ ନିଷ୍ପତ୍ତି ନେଇ ଲିଖିତ ଜଣାଇଲୁ ଯେ ଉପଜିଲ୍ଲାପାଳ,ଜଗନ୍ନାଥପ୍ରସାଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତିନି ଗ୍ରାମର ପ୍ରତିନିଧି ଏବଂ ନେତୃତ୍ବ ଉପସ୍ଥିତରେ ଆଲୋଚନା ଏବଂ ନିର୍ଭୟ ପ୍ରତିଶ୍ରୁତି। ଲିଖିତ କପି ପାଠ କରି ଫେରାଇ ଦେଇଛନ୍ତି। ଏଥିରେ ଧାରଣାରତ ଅତ୍ୟନ୍ତ ଉତକ୍ଷିପ୍ତ ହୋଇଛନ୍ତି । ପ୍ରଶାସନର ଷଡ଼ଯନ୍ତ୍ରକୁ ବୁଝିଛନ୍ତି । କାର୍ଯ୍ୟ ଆରମ୍ଭ ହେବ ଏବଂ ମିଳିତ ଆଲୋଚନା ପରେ ହିଁ ଧାରଣା ସ୍ଥଗିତ ହେବ ବୋଲି ଆଜି ନିଷ୍ପତ୍ତି ହୋଇଛି। ଆଜିର ଆଲୋଚନା ସମୟର ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା ରାଜ୍ୟ ସମ୍ପାଦକ ଶଙ୍କର ଇନକିଲାବ,ଆଦିବାସୀ ଭାରତ ମହାସଭାର ରାଜ୍ୟ ସମ୍ପାଦକ ଟୁନା ମଲ୍ଲିକ,ଲଢୁଆ ମହିଳା ନେତ୍ରୀ ମଞ୍ଜରୀ ଜାନି,ଅଖିଳ ଭାରତ କୃଷକ ସଭା ବିପ୍ର ଚରଣ ନାୟକ,ପ୍ରଭାତ ଜାନି,ସନାତନ ଜାନି ଆଦି ବହୁ ନେତୃତ୍ବ ଓ ଧାରଣା ରତ ଆଦିବାସୀ ଗ୍ରାମବାସୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.