୪ ଦିନିଆ ପୂର୍ବ ଭାରତ ମହିଳା ଯୋଗାସନ ପ୍ରତିଯୋଗିତା ଉଦଯାପିତ ।

0 241

ଭୁବନେଶ୍ୱର,୦୧/୦୨(ପିପିଟି):ଦୀର୍ଘ ଚାରି ଦିନ ଧରି ଯୋଗାସନ ଭାରତ, ଓଡିଶା ତରଫରୁ ଚାଲିଥିବା ମହିଳା ଯୋଗାସନ ଅସ୍ମିତା ଲିଗ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ଏହି ୪ ଦିନିଆ ମହିଳା ଯୋଗାସନ ପ୍ରତିଯୋଗିତା ସମାରୋହରେ ପୂର୍ବ ଭରତର ୧୦ ଗୋଟି ରାଜ୍ୟର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । ୧୮ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୧୮ ବର୍ଷରୁ କମ୍ ବୟସର ଏପରି ଦୁଇଟି ବର୍ଗରେ ୪ ଶହରୁ ଅଧିକ ପ୍ରତିଯୋଗୀ ଭାଗନେଇଥିଲେ । ସମୁଦାୟ ୬ ଗୋଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯୋଗାସନ ଭାରତ ପକ୍ଷରୁ ଆୟୋଜିତ ଏହି ଇଷ୍ଟ ଜୋନାଲ ପ୍ରତିଯୋଗିତା ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି । ଏହାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ନ୍ୟାୟାଧିଶ ଜଷ୍ଟିସ୍ ଏ.କେ. ଗୋଏଲ୍, ମୁଖ୍ୟବକ୍ତା ଭାବେ, ଓଡିଶା ଅଲମ୍ପିକ୍ ଆସୋସିଏସନର ସଭାପତି ସମୀର କୁମାର ମହାନ୍ତି, ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଓଡିଶାର ମହିଳା ଫୁଟବଲ ଟିମର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ପୂର୍ଣ୍ଣିମା ହେମ୍ରମ, ବିବେକାନନ୍ଦ ବିଶ୍ୱବିଦ୍ୟାଳୟ, ବାଙ୍ଗାଲୋରର ନର୍ଦେଶକ ରବୀନ୍ଦ୍ର ଆଚାର୍ଯ୍ୟ, ଯୋଗାସନ ଭାରତର ରୋହିତ କୌଶିକ,ସ୍ପୋର୍ଟସ ଆସୋସିଏସନ ଅଫ୍ ଇଣ୍ଡିଆର ରତନ ସିଂ (ୟଙ୍ଗ ପ୍ରଫେସନାଲ), ଧନଞ୍ଜୟ ମଗର,ଡିଏଫ୍ଓ, ପୁରୀ,ଶ୍ୟାମଲ ଦାଦା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଓଡିଶା ଯୋଗାସନ ଖେଳ ଆସୋସିଏସନର ସଭାପତି (ସିଏ) ଦିବାକର ପ୍ରସାଦ ହରିଚନ୍ଦନ ଏବଂ ସମ୍ପାଦକ ମନୋଜ କମାର ମୁଖାର୍ଜୀଙ୍କ ତତ୍ତ୍ୱାବଧାନରେ ଏହି ୪ ଦିନିଆ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଛି ।

Leave A Reply

Your email address will not be published.