୪୫୦୦ ନିରକ୍ଷର ବ୍ୟକ୍ତି ଦେଲେ ଉଲ୍ଲାସ ପରୀକ୍ଷା ।

0 165

ମାଲକାନଗିରି, ୨୬/୧୦(ପିପିଟି): ଆଜି ମାଲକାନାଗିରି ଜିଲ୍ଲା ରେ ଉଲ୍ଲାସ ପରୀକ୍ଷା ଆୟୋଜନ କରାଯାଇଛି। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଙ୍କ କାର୍ଯ୍ୟ ସୂଚୀ କ୍ରମେ ମାଲକାନଗିରି ଜିଲ୍ଲାର ସାତ ଗୋଟି ବ୍ଲକର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଆୟୋଜନ କରା ଯାଇଛି ।
୧୫ ବର୍ଷରୁ ଉର୍ଦ୍ଧ୍ବ ନିରକ୍ଷରଙ୍କ ପାଇଁ ଆୟୋଜିତ ଏହି ପରୀକ୍ଷା ରେ ସମସ୍ତ ବ୍ଲକର ଶିକ୍ଷକ ଶିକ୍ଷୟତ୍ରୀମାନେ ୪୩୫ ଗୋଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅୟୋଜନ କରିଥିଲେ। ପ୍ରାରମ୍ଭିକ ତଥ୍ଯ ଅନୁଯାୟୀ ପ୍ରାୟ ୪୫୦୦ ଜଣ ନିରକ୍ଷର ବ୍ୟକ୍ତି ଏହି ପରୀକ୍ଷା ଦେଇଥିଲେ। ସମସ୍ତ ପରୀକ୍ଷା କେନ୍ଦ୍ର ରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ପର୍ଯ୍ୟବେକ୍ଷକ ନିୟୋଜିତ କରା ଯାଇଥିଲା। ପରୀକ୍ଷାରେ ସଫଳ ବ୍ୟକ୍ତି ମାନଙ୍କୁ ଜାତୀୟ ମୁକ୍ତ ବିଦ୍ୟାଳୟ ତରଫରୁ ପ୍ରମାଣ ପତ୍ର ଗୁଡ଼ିକ ପ୍ରଦାନ କରାଯିବ । ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଙ୍କ ତତ୍ତ୍ଵାବଧାନରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଏହି ପରୀକ୍ଷା ସଫଳତାର ସହ ଆୟୋଜନ କରିଥିଲେ ।

(ରିପୋର୍ଟ; ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.