ପୋଲସରା ,୦୮/୦୮(ପିପିଟି): ଆସନ୍ତା ସେପ୍ଟେମ୍ବର ମାସ ୫ ତାରିଖ ଶୁକ୍ରବାର ଦିନ ହେବାକୁଥିବା ପବିତ୍ର ଗୁରୁଦିବସ ଅବସରରେ ଗଂଜାମ ଜିଲ୍ଲା ପୋଲସରା ଅଞ୍ଚଳର ସର୍ବପୁରାତନ ଅନୁଷ୍ଠାନ ପୁଜ୍ୟପୂଜା ପ୍ରତିଷ୍ଠାନ ତରଫରୁ “ଗୁରୁ ପୂଜନ ଉତ୍ସବ” ପର୍ବ ପ୍ରତିବର୍ଷ ଭଳି ପାଳନ କରାଯିବାକୁ ସ୍ଥିର ହୋଇଛି। ଏହି କ୍ରମରେ ଅନୁଷ୍ଠାନ ତାର ୪୨ ତମ ବାର୍ଷିକ ଉତ୍ସବ ପାଳନ କରାଯିବାକୁ ନେଇ ସ୍ଥାନୀୟ ମା” ରତନି ଠାକୁରାଣୀଙ୍କ ପୀଠରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସଭାପତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ରାଧାଶ୍ୟାମ ପଣ୍ଡାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟନିର୍ବାହୀ ସଭାପତି ଡ.ଜ୍ୟୋତିର୍ମୟ ପଟ୍ଟନାୟକ,ସାଧାରଣ ସଂପାଦକ ଆର୍. କାମରାଜୁ ପାତ୍ର ପ୍ରମୁଖ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ପ୍ରକାଶଚନ୍ଦ୍ର ପ୍ରଧାନ, ଶରତ ଚନ୍ଦ୍ର ପଟ୍ଟନାୟକ, ରଘୁନାଥ ସାହୁ, ଅଧ୍ୟାପକ ଦେବାଶିଷ ସ୍ୱାଇଁ, ସନ୍ତୋଷ କୁମାର ବେହେରାଙ୍କ ସମେତ ସାମ୍ବାଦିକ କେ.ସାନ୍ତୁନୁ ପାତ୍ର, ସିମାଞ୍ଚଳ ସାହୁ,ସନ୍ତୋଷ କୁମାର ପଣ୍ଡା, ପ୍ରଗତିବନ୍ଧୁ ଦାସ, ନାରାୟଣ ସାହୁ,ଓ ସୁବ୍ରତ ବେହେରା ଏଵଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଏହି ଅବସରରେ କାର୍ଯ୍ୟକ୍ରମର ସଫଳତାକୁ ନେଇ ସବୁଦିଗରୁ ଆଲୋଚନା ହୋଇଥିଲା। ଶେଷରେ ସିମାଞ୍ଚଳ ସାହୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ୍ ଅର୍ପଣ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା