୪ଦିନ ପରେ ନିଖୋଜ ମହିଳାଙ୍କ ମୃତ ଦେହ ଉଦ୍ଧାର ।

0 320

ଭଞ୍ଜନଗର, ୦୧/୧୧(ପିପିଟି ):ଭଞ୍ଜନଗର ଥାନା ବିରିକୋଟ ଗ୍ରାମ ନିକଟରେ ଥିବା ଜଙ୍ଗଲି ନାଳରେ ଭାସିଯାଇ ଜଣେ ମହିଳା ନିଖୋଜ ହୋଇ ଯାଇଥିଲେ।ଏହାର ୪ଦିନ ପରେ ଆଜି ଗାଁ ଠାରୁ କିଛି ଦୂରରେ ଥିବା ନାଳରୁ ମହିଳାଙ୍କ ମୃତ ଦେହ ଠାବ କରାଯାଇଛି। ଘଟଣା ସ୍ଥଳରେ ଭଞ୍ଜନଗର ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲେ। ଗତ ୨୯ ତାରିଖ ସନ୍ଧ୍ୟାରେ ମହିଳା ଜଣକ ଘର ପଛ ପାଖରେ ଥିବା ଜଙ୍ଗଲି ନାଳକୁ ପାଣି ଆଣିବା ପାଇଁ ଯାଇଥିଲେ।ହେଲେ ହାଠାତ୍ ନାଳ ଭିତରେ ବନ୍ୟାପାଣି ମାଡ଼ି ଆସିବାରୁ, ବିରିକୋଟ ଗାଁର ଅମ୍ବି ନାଇକ ଜଳ ସ୍ରୋତରେ ଭାସି ଯାଇଥିଲେ।ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଟିମ୍, ବିଡ଼ିଓ, ତହସିଲଦାର ଏବଂ ପୋଲିସ୍ ବାହିନୀ ପହଞ୍ଚିଥିଲେ। ନିଖୋଜ ମହିଳାଙ୍କ କୌଣସି ପତ୍ତା ମିଳି ନଥିଲା। ଗତ ୩ଦିନ ଧରି ବହୁ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ମହିଳାଙ୍କ ସନ୍ଧାନ ମିଳି ନଥିଲା। ଆଜି ଗାଁ ନିକଟ ସେହି ନାଳରେ ହିଁ ଅମ୍ବିଙ୍କର ମୃତଦେହ ମିଳିଥିଲା।ସେଠାରୁ ପୋଲିସ ମୃତଦେହ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ପଠେଇଥିବା ଜଣାପଡିଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.