ବ୍ରହ୍ମପୁର,୧୪/୦୯(ପିପିଟି):ଗଞ୍ଜାମ ଜିଲ୍ଲାରେ ଜାଲ ସାର୍ଟିଫିକେଟ କାରବାରର ଗନ୍ତା ଘର ପାଲଟିଛି। ଶିକ୍ଷିତ ଯୁବକ ଓ ଯୁବତୀ ମାନେ ଚାକିରି ନପାଇ ବେକାର ହୋଇ ବସିଛନ୍ତି। ବିଭିନ୍ନ ଜାଲିଆତି କରି ଅନେକ ଶିକ୍ଷକ ଓ ଅନ୍ଯ ବିଭାଗରେ ଚାକିରି ହାତେଇଛନ୍ତି। କବିସୂର୍ଯ୍ୟନଗର ଅଞ୍ଚଳର ନିଳମାଧବ ପ୍ରଧାନ ଚଞ୍ଚକତା କରି ସରକାରୀ ଚାକିରି ହାତେଇଥିବା ନେଇ ଅଭିଯୋଗ ଉଠିଛି। ଘଟଣା ସମ୍ପର୍କରେ ଜଣା ପଡିଛି ଯେ,ନିଳମାଧବ ପ୍ରଧାନ, ପିତା- ବିଶ୍ବନାଥ ପ୍ରଧାନ, ଗ୍ରାମ- ବରିଡା(ଏ),ଥାନା-କବିସୂର୍ଯ୍ୟନଗର ଚଞ୍ଚକତା କରି କବିସୂର୍ଯ୍ୟନଗର ତହସିଲ କାର୍ଯ୍ଯାଳୟରେ କିରାଣୀ ଭାବରେ ଚାକିରି କରୁଛନ୍ତି। ଶିକ୍ଷାଗତ ପ୍ରମାଣ ପତ୍ର ପାଇଁ ଦୁଇଥର ନିୟମିତ +୨ କରିଛନ୍ତି। କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟରେ +୨ ବିଜ୍ଞାନ ଛାତ୍ର ରୋଲ ନମ୍ବର 317EA049,Read.No:253134/1998 ଭାବେ ୨୦୦୦ ମସିହାରେ ୨ୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଇଥିବା ବେଳେ କବିସୂର୍ଯ୍ଯ ବଳଦେବ ବିଜ୍ଞାନ ମହାବିଦ୍ୟାଳୟରେ +୩, ୨୦୦୬ ମସିହାରେ ପାସ କରିଛନ୍ତି। ପୁନର୍ବାର ଡ.ଘନଶ୍ୟାମ ମିଶ୍ର ସଂସ୍କୃତ ମହାବିଦ୍ୟାଳୟରେ +୨(ଉପଶାସ୍ତ୍ରୀ)ପରୀକ୍ଷା ୨୦୦୮ ମସିହାରେ ରୋଲ ନମ୍ବର 04GM08026,Regd.No:80403/06 ପ୍ରକାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ନିଳମାଧବ ପ୍ରଧାନ ପୋଲସରାରୁ ସି.ଟି ଟ୍ରେନିଙ୍ଗ ଉତ୍ତୀର୍ଣ୍ଣ ପ୍ରମାଣ ପତ୍ର ତା- ୦୪/୦୧/୨୦୧୨ରେ ପାଇଛନ୍ତି। ଜିଲ୍ଲା ପରିଷଦ କାର୍ଯ୍ଯାଳୟ,ଗଞ୍ଜାମ, ଛତ୍ରପୁର ନିଯୁକ୍ତି ଆଦେଶ ନଂ-୫୯୨୯(୧୮୪),ତା’୨୭/୧୧/୨୦୧୨ ରେ ଭଣ୍ଡାରିକଣ ପ୍ରାଇମେରୀ ସ୍କୁଲ ବରିଡା (ଏ)ରେ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ପରବର୍ତ୍ତୀ ସମୟରେ ଚଞ୍ଚକତା କରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ କିରାଣୀ ଭାବରେ ନିଯୁକ୍ତି ପାଇଥିଲେ। ପରେ ସମନ୍ଵିତ ଶିଶୁ ବିକାଶ ଯୋଜନା,କାର୍ଯ୍ଯାଳୟ କବିସୂର୍ଯ୍ୟନଗର ଠାରେ କିରାଣୀ ଭାବରେ କର୍ଯ୍ଯ କରିଥିଲେ। ବର୍ତ୍ତମାନ କବିସୂର୍ଯ୍ୟନଗର ତହସିଲ କାର୍ଯ୍ଯାଳୟରେ କିରାଣୀ ଭାବରେ କାର୍ଯ୍ଯରତ। ଜଣେ ଯୁବକ ଦୁଇଟି ଶିକ୍ଷାନୁଷ୍ଠାନେ +୨ ଛାତ୍ର ଭାବରେ ଅଧ୍ଯୟନ କରିପାରିବେ କି ?+୩ ଉତ୍ତୀର୍ଣ୍ଣ ହେବା ପରେ ପୁଣି +୨ ରେ ନାମ ଲେଖାଇ ପାରିବେ କି ?ରାଜ୍ଯ ସରକାରଙ୍କ ଗାଇଡ ଲାଇନ କଣ ରହିଛି ବୋଲି ସାମାଜିକ କର୍ମୀ ସମରଜିତ୍ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି। କବିସୂର୍ଯ୍ଯ ବଳଦେବ ବିଜ୍ଞାନ ମହାବିଦ୍ୟାଳୟ, ଡ.ଘନଶ୍ୟାମ ମିଶ୍ର ସଂସ୍କୃତ ମହାବିଦ୍ୟାଳୟ ଓ ପୋଲସରା ସି.ଟି ଟ୍ରେନିଙ୍ଗ ସ୍କୁଲରେ ଦାଖଲ କରିଥିବା ହାଇସ୍କୁଲ ଲିଭିଙ୍ଗ/+୨ ମହାବିଦ୍ୟାଳୟର ଲିଭିଙ୍ଗ ପ୍ରମାଣ ପତ୍ର ଯାଞ୍ଚ କଲେ ନିଳମାଧବ ପ୍ରଧାନଙ୍କ ଜାଲିଆତି କରିଥିବା ସ୍ପଷ୍ଟ ଜଣାପଡିବ। ନିଳମାଧବ ପ୍ରଧାନଙ୍କ ନିମରେ ଅପରାଧିକ ମାମଲା କବିସୂର୍ଯ୍ୟନଗର ଥାନା କେସ ନମ୍ବର ୩୧୫,ତା-୨୬/୧୨/୨୦୧୯ ଏବଂ କେସ ନମ୍ବର ୩୨୦,ତା-୨୭/୧୨/୨୦୧୯ ମାମଲାରେ ସଂପୃକ୍ତ ରହିଥିବା ଜଣାପଡିଛି। ନିଳମାଧବ ପ୍ରଧାନ ଜାଲିଆତି କରି ଚାକିରି ହାତେଇଥିବା ନେଇ ସାମାଜିକ କର୍ମୀ ଗୌତମ ଖଣ୍ଡୁଆଳ ତା-୦୩/୦୨/୨୦୨୦ ରେ ତଦନ୍ତ ପାଇଁ ଅଭିଯୋଗ କରିଥିଲେ ମଧ୍ଯ ଜିଲ୍ଲା ପ୍ରଶାସନ ଓ ରାଜ୍ଯ ସରକାର ନୀରବ ଦ୍ରଷ୍ଟା ସାଜି ବସିଛନ୍ତି। କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏହି ଘଟଣାର ତଦନ୍ତ ପାଇଁ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ଗଞ୍ଜାମ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ,ରାଜସ୍ବ ସଚିବ, ଶିକ୍ଷା ସଚିବ, ଏସପି ଭିଜିଲାନ୍ସ, କ୍ରାଇମବ୍ରାଞ୍ଚ ଓ ଗଞ୍ଜାମ ଏସପିଙ୍କୁ ଲିଖିତ ଅଭିଯୋଗ ଜଣାଇଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ତଦନ୍ତରେ ଅବହେଳା ହେଲେ ମାନ୍ଯବର ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବେ।