ବୋଲଗଡ଼,୧୪/୦୯(ପିପିଟି):ବୋଲଗଡ଼ ବ୍ଲକ ଅନ୍ତର୍ଗତ ପିଚୁକୁଳି ଗ୍ରାମପଞ୍ଚାୟତ ର ପିଚୁକୁଳି ଆଦିବାସୀ ସାହିରୁ ଗୁରୁବାର ସନ୍ଧ୍ୟାରେ ଖୋର୍ଦ୍ଧାଜିଲା ଅବକାରୀ ପୁଲିସ ହଠାତ ଚଢ଼ାଉ କରି ୩୧ ଲିଟର ଚୋରା ଦେଶୀମଦ ଜବତ କରିବା ସହ ୨ଜଣ ମଦ ବେପାରୀକୁ ଧରିଛି । ସୂଚନା ଅନୁଯାୟୀ ସେହି ଗ୍ରାମର ବେପାରୀ ମାଧବ ନାୟକ(୬୫) ଘରୁ ୧୧ ଲିଟର ଓ ଅନନ୍ତ ନାୟକ(୨୪) ଘରୁ ୨୦ ଲିଟର ଜବତ ହୋଇଛି । ୨ ବେପାରୀଙ୍କୁ ତୁରନ୍ତ କୋର୍ଟ ଚାଲାଣ କରିଛନ୍ତି । ବାରମ୍ବାର ବେଗୁନିଆ ପୁଲିସ ଚଢ଼ାଉ କରି ଏହି ଅଂଚଳ ଗୁଡ଼ିକରୁ ଚୋରା ମଦକୁ ଜବତ କରିଛି କିନ୍ତୁ ଚୋରାଦେଶୀ ମଦ ବେପାର କମିବା ପରିବର୍ତ୍ତେ ଦିନକୁ ଦିନ ଏହି ବେପାର ବୃଦ୍ଧି ପାଇବାରେ ଲାଗିଛି l ତେଣୁ ଏ ଦିଗରେ ବେଗୁନିଆ ପୁଲିସ ଦୃଷ୍ଟିଦେଇ ଚୋରା ଦେଶୀମଦ କାରବାର କୁ ବନ୍ଦ କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଚର୍ଚ୍ଚାର ବିଷୟ ପାଲଟିଛି l
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)