୩୦ କେଜି ଗଞ୍ଜେଇ ଜବତ, ଚାରି ଅଭିଯୁକ୍ତ ଗିରଫ ।

0 267

ମାଲକାନଗିରି,୨୯/୦୨(ପିପିଟି) : ମାଥିଲି ପୋଲିସକୁ ମିଳିଛି ବଡ଼ ସଫଳତା। ୩୦ କେଜି ଗଞ୍ଜେଇ ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମାଥିଲି ପୋଲିସ। ସୂଚନାରୁ ଜଣାପଡିଛି ଯେ, ଚାରି ଜଣ ଯୁବକ ଏକ ନୀଳ ରଙ୍ଗର ହୁଣ୍ଡାଇ ଆଇ-୨୦ ଗାଡି ଡିକିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ପୋଲିସକୁ ସୂଚନା ମିଳିଥିଲା। ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦ ପଲ୍ଲୀ ଯାଞ୍ଚ ଫାଟକ ନିକଟରେ ପୂର୍ବରୁ ପୋଲିସ ଜଗି ରହିଥିଲା। ନୀଳ ରଙ୍ଗର ଗାଡିଟି ଦ୍ରୁତ ଗତିରେ ଆସୁଥିବା ଦେଖି ପୋଲିସ ଅଟକାଇଥିଲା।ପରେ ଗାଡ଼ିକୁ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ମାଥିଲି ପୋଲିସ ତୁରନ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇକୁ ଜବତ କରିଥିଲା। ଅଭିଯୁକ୍ତଙ୍କୁ ପ୍ରାଥମିକ ପଚରା ଉଚୁରାରରୁ ୩ ଜଣ କେରଳ ରାଜ୍ୟର ହୋଇଥିବା ବେଳେ ଜଣେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନୂଆଗୁଡ଼ ଗାଁର ବୋଲି ଜଣାପଡିଛି। ସେମାନେ ହେଲେ କେରଳର ଇରସାଦ କେ (୩୦) , ବିବିନ ସିଏସ (୩୩) , ବାବୁ କେ (୪୧) ଏବଂ ଚିତ୍ରକୋଣ୍ଡା ନୂଆଗୁଡ଼ ଗ୍ରାମର ସୁରେଶ ଖିଲ (୩୫) ବୋଲି ଜଣାପଡିଛି। ଏମାନଙ୍କ ନିକଟରୁ ୩୦ କେଜି ଗଞ୍ଜେଇ, ହୁଣ୍ଡାଇ ଆଇ- ୨୦ କାର,ନଗଦ ୧୫୯୦ ଟଙ୍କା,୪ ଟି ମୋବାଇଲ,୪ ଟି ଆଧାରକାର୍ଡ, ଗୋଟିଏ ଡ୍ରାଇଭିଂ ଲାଇସେନ୍ସ,ଗାଡ଼ି ଆରସି ଜବତ କରାଯାଇଥିବା ବେଳେ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଦେବଦତ୍ତ ମଲ୍ଲିକ ପ୍ରକାଶ କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.