୩୦ଲିଟର ଦେଶୀ ମଦ ଜବତ, ଜଣେ ଗିରଫ ।

0 397

ଭଞ୍ଜନଗର, ୧୩/୦୮(ପିପିଟି):ଗତକାଲି ସନ୍ଧ୍ୟାରେ ବେଲଗୁଣ୍ଠା ପୋଲିସ ଟିମ୍ ପାଟ୍ରୋଲିଂ କରୁଥିବା ସମୟରେ ଡିମିରିପଲି ଛକ ନିକଟ ନୂଆଗାଁ ହରିଜନ ସାହିର କାଳିଆ ନାଏକ (୩୨) ତାଙ୍କ ଘର ପଛ ପଟେ ଦେଶୀ ମଦ ବିକ୍ରି କରୁଛନ୍ତି ସୂଚନା ପାଇବା ପରେ ସେଠାରେ ପହଞ୍ଚିଥିଲେ। ପୋଲିସ ଗାଡି ଦେଖି ଗ୍ରାହକମାନେ ସେଠାରୁ ପଳାଇ ଯାଇଥିଲେ। ହେଲେ ସେଠାରେ ମଦ ବିକ୍ରି କରୁଥିବା ବ୍ୟକ୍ତି କାଳିଆ ନାଏକକୁ ପୋଲିସ ଧରି ତାର ତଲାସୀ ନେବାରେ ୨ଟି ଲାଲ ରଙ୍ଗର ପ୍ଲାଷ୍ଟିକ୍ ଜାର୍କିନରେ ମୋଟ ୩୦ ଲିଟର ଦେଶୀ ମଦ ଜବତ କରିଥିଲେ।ସେ ବେଆଇନ ଭାବେ ଏହି ଦେଶୀ ମଦ ବିକ୍ରି କରୁଥିବାରୁ ଅବକାରୀ ଆଇନର ଧାରା (୫୨)ଏ ଅନୁଯାୟୀ ବେଲଗୁଣ୍ଠା ଥାନାରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରିବା ପରେ ଆଜି ଭଞ୍ଜନଗର ଏସଡ଼ିଜେଏମ୍ କୋର୍ଟରେ ହାଜର କରାଯାଇଛି ବୋଲି ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.