୩ୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୮୬ଟି ମାମଲାର ସମାଧାନ ।

0 273

ଭଞ୍ଜନଗର, ୧୩/୦୯(ପିପିଟି):ଭଞ୍ଜନଗର ସିଭିଲ୍ କୋର୍ଟ ପରିସରରେ ଆୟୋଜିତ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୋଟ ୪୯୦ଟି ମାମଲା ଆସିଥିବା ବେଳେ ୧୮୬ଟି ମାମଲାରୁ ମୋଟ ୧,୪୧,୯୮,୬୫୭ ଟଙ୍କା ଆଦାୟ ହୋଇଛି। ମାମଲାଗୁଡିକ ମଧ୍ୟରେ ଅପରାଧିକକ ମାମଲା,ଚେକ୍ ବାଉନ୍ସ,ଧନ ଫେରସ୍ତ,ବିବାହ ବିଚ୍ଛେଦ, ସାର୍ବଜନୀନ ସୁବିଧା ସମ୍ପୃକ୍ତ ବିବାଦ, ଅନ୍ୟାନ୍ୟ ଦେୱାନୀ ମାମଲାର ସମାଧାନ ହୋଇଥିଲା।ଭଞ୍ଜନଗର ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଏବଂ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସେଖ୍ ମହମ୍ମଦ କଏସଙ୍କ ଅଧ୍ୟକ୍ଷତାରେ ସିନିଅର ସିଭିଲ୍ ଜଜ୍ ଦେବାଶିଷ ବିଶୋଇ,ଏସଡ଼ିଜେଏମ୍ ସୌମ୍ୟରଞ୍ଜନ ପ୍ରୁଷ୍ଟି,ଜେ ଏମ୍ ଏଫ ସି ଭିୟେନା ନାୟକ ସାମିଲ ହୋଇଥିଲେ।ଅନ୍ୟ ଲୋକ ଅଦାଲତ ବେଞ୍ଚ ସଦସ୍ୟମାନଙ୍କ ମଧ୍ୟରେ ଡ଼. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ ରମେଶ ଚନ୍ଦ୍ର ପଣ୍ଡା,ଭଞ୍ଜନଗର ବାର ଆସୋସିଏସନ୍ ଅଧ୍ୟକ୍ଷ ଲକ୍ଷ୍ମୀ କାନ୍ତ ମହାପାତ୍ର, ବରିଷ୍ଠ ଆଇନଜୀବି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଅଳକା ମଞ୍ଜରି ପଟ୍ଟନାୟକ, ସନ୍ତୋଷ କୁମାର ଟିଆଡ଼ି, ସୁଶାନ୍ତ ତ୍ରିପାଠୀ, ପ୍ରଦୀପ ପାଳ, ବଂଶୀଧର ପ୍ରଧାନ, ଅରୁଣ କୁମାର ପାଢ଼ୀ, ଦେବୀ ପ୍ରସାଦ ତ୍ରିପାଠୀ, କୁନା ନାୟକ, ପ୍ରଭାକର ପlତ୍ର, ବଟକୃଷ୍ଣ ପଣ୍ଡା ଓ କୋର୍ଟ କର୍ମଚାରୀ ମାନେ ସହଯୋଗ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.