ବୋଲଗଡ଼ ,୧୬/୦୪(ପିପିଟି):ବୋଲଗଡ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତ ସ୍ଥିତ ସାଗରଗୁଆଁ, ପାଟବନ୍ଧ, ବେଣାଗାଡିଆ ଗ୍ରାମରେ ଭା ଭା ଅଟୋମେଟିକ୍ ରିସର୍ଚ୍ଚ ସେଣ୍ଟର ତରଫରୁ ବିଶୁଧ ପିଇବା ପାଣି ର ସମସ୍ୟା ଦୂର କରିବା ପାଇଁ ୨୦୦୦ଲିଟର ବିଶିଷ୍ଟ ପାଣି ଟାଙ୍କି ତିନୋଟି ପ୍ରକଳ୍ପ ଏହି ତିନୋଟି ଗ୍ରାମକୁ ଯୋଗାଇ ଦେଇଛି ।ଏହି ପଞ୍ଚାୟତ ରେ ଫ୍ଳୋରାଇଡ ଅଞ୍ଚଳ ହୋଇଥିବାରୁ ଯେଉଁ ଭଳି ପିଇବା ପାଣି ସମସ୍ୟା ଉପୁଜିଛି ସେଥିରୁ ଦୂରୀଭୂତ କରିବାକୁ ଭା ଭା ଅଟୋମେଟି ରିସର୍ଚ୍ଚ ସେଣ୍ଟର ତରଫରୁ ଏହାସୁଭ ଉଦ୍ଘାଟନ କରାଯାଇଥିଲା। ଏପରିକି ଏହି ପ୍ରୟାସକୁ ବହୁ ପ୍ରଶଂସା ମଧ୍ୟ କରାଯାଇଥିଲା ।ଏହି ତିନୋଟି ଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଟାଙ୍କିର କରିବା ପାଇଁ ଭା ଭା ର କର୍ମକର୍ତା ସାଇଣ୍ଟିଫିକ ସୁଶୁଲ ତିୱାରି,ତୋୟମ ଟେକ୍ନୋଲୋଜି ସୁର୍ୟ୍ୟଭାନୁ ଦଲାଲ ଙ୍କ ସହିତ ସ୍ଥାନୀୟ ଅତିଥି ମାନଙ୍କୁ ନେଇ ସୁଭ ଉଦଘାଟନ କରିଥିଲେ। ଭୁ – ତଳ ଜଳକୁ ପ୍ରଦୂଷଣରୁ ଶୁଦ୍ଧ କରିବା ସହ ଯେଉଁ ଭଳି ଭାବରେ ଉତ୍କଣ୍ଠା ବଢ଼ି ଚାଲିଛି ପିଇବା ପାଣିର ସେଥିରୁ ମୁକ୍ତି ପାଇବା ନିମନ୍ତେ ଓ ଏହା ଦ୍ବାରା କିପରି ଅଞ୍ଚଳବାସି ଉପକୃତ ହେବେ ସେ ସମ୍ପର୍କରେ ସେତେବେଳେ ଆଲୋଚନା କରି ଥିଲେ କିନ୍ତୁ ଅଞ୍ଚଳ ବାସୀ ଉପକୃତ ହେବାତ ଦୂରର କଥା ସୁଭ ଉଦଘାଟନ ହୋଇ ମଧ୍ୟ ୩ବର୍ଷ ହେବ ସେହି ପ୍ରକଳ୍ପ ଗୁଡ଼ିକ ତାଲା ପଡି ରହିଅଛି। ଏବଂ ପ୍ରକଳ୍ପ ଚାରିପଟେ ଅନାବନା ଗଛ ଉଠି ଅପରିଷ୍କାର ହେବାକୁ ବସିଲାଣି। ଯାହା କି ଜନ ଅସନ୍ତୋଷ ଦେଖା ଦେଇଛି।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)