୩ଦିନ ହେଲା ପାଣି ଘେରରେ ମା’ ବ୍ୟାଘ୍ରଦେବୀ।

0 507

ଭଞ୍ଜନଗର, ୨୭/୭(ପିପିଟି):ଭଞ୍ଜନଗର ଠାରୁ କୁଲାଡ଼ ରାସ୍ତାର ବ୍ଲକ ଛକ ନିକଟରେ ରହିଛି ମା’ବ୍ୟାଘ୍ରଦେବୀ ଙ୍କ ମନ୍ଦିର।ଯାହାକି କଇଁଆ ବାଗଦେବୀ ନାମରେ ପରିଚିତ।ଗତ ୩ଧରି ସାମାନ୍ୟ ବର୍ଷାରେ ମନ୍ଦିର ଭିତରେ ପାଣି ଜମି ରହିଛି।ଫଳରେ ଦେବୀଙ୍କ ନିତ୍ୟ ପୂଜାକର୍ଯ୍ୟ ବାଧାପ୍ରାପ୍ତ ହୋଇଛି।ପାଣି ଲହଡ଼ି ଭାଙ୍ଗିବା ଯୋଗୁଁ ମା’ଙ୍କର ଭୋଗ ମଧ୍ୟ ରନ୍ଧା ହୋଇପାରୁନି।ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଛି।କୌଣସି ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବର୍ଷା ପାଣି ରାସ୍ତାରେ ଆସି ମନ୍ଦିର ନିକଟରେ ଥିବା ଏକ ପୋଲ ଦେଇ ଡାହାଣ ପାର୍ଶ୍ୱକୁ ପ୍ରବାହିତ ହେଉଥିଲା।ବର୍ତ୍ତମାନ ନୂତନ କୋର୍ଟ ନିର୍ମାଣ କାର୍ଯ୍ୟ ପାଇଁ ପୋଲଟି ପୋତି ହୋଇ ରହିଛି।ଯାହାଫଳରେ ବର୍ଷା ପାଣି ଅନ୍ୟଆଡ଼େ ଯାଇ ନ ପାରି ଖାଲରେ ଥିବା ମନ୍ଦିର ମଧ୍ୟକୁ ପ୍ରବେଶ କରୁଛି।ପୂର୍ବରୁ ଏଭଳି ସମସ୍ୟାକୁ ଦେଖି ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମନ୍ଦିର ସ୍ଥାନାନ୍ତରିକରଣ ନିମନ୍ତେ ବିଧାୟକ ଅନୁଦାନ ପାଣ୍ଠିରୁ ୪ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ମଧ୍ୟ ମନ୍ଦିର ପରିଚାଳନା କମିଟିର ଅସହଯୋଗ ଫଳରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁ ନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।

ରିପୋର୍ଟ -ଜୟକୃଷ୍ଣ ପଟ୍ଟନାୟକ

Leave A Reply

Your email address will not be published.