୨୪ତମ କାରଗିଲ୍ (କାର୍ଗିଲ୍) ବିଜୟ ଦିବସ ପାଳିତ ।

0 271

ଛତ୍ରପୁର,୨୬/୦୭(ପିପିଟି): ଗୋପାଳପୁର ମିଲିଟାରୀ ଷ୍ଟେସନ ଠାରେ ୨୪ତମ କାର୍ଗିଲ ବିଜୟ ଦିବସ ବୁଧବାର ଦିନ ପାଳିତ ହୋଇ ଯାଇଛି । ଆର୍ମି ଡିଫେନ୍ସ ପକ୍ଷରୁ ଅନୁଷ୍ଠିତ ଏହି କାର୍ଗିଲ ବିଜୟ ଦିବସ ପାଳନ ଅବସରରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଶ୍ରବଣ କୁମାର ଏବଂ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଅତିଥି ଭାବେ ଯୋଗଦାନ କରି ଶହୀଦଙ୍କ ସ୍ମୃତି ସ୍ମାରକୀ ଠାରେ କାର୍ଗିଲ ଯୁଦ୍ଧରେ ଶହୀଦ୍ ହୋଇଥିବା ବୀର ଯବାନ ମାନଙ୍କ ସ୍ମୃତି ଚାରଣ ପୂର୍ବକ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ । ଏହି ସ୍ମୃତି ଚାରଣ ଦିବସରେ ଆର୍ମି କର୍ତ୍ତୃପକ୍ଷଙ୍କ ବରିଷ୍ଠ ଅଧିକାରୀ ବ୍ରିଗେଡ୍ ଆଇ. ଏସ୍. ପଞ୍ଜରଥ, ଏସ୍. ଏମ. ଷ୍ଟେସନ କମାଣ୍ଡର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.