କୋଦଳା,୦୮/୦୮(ପିପିଟି): ନିଜର ଜନ୍ମ ଦିନକୁ କିଏ ବଡ ବଡ ହୋଟେଲ୍ ରେ ପାଳନ କରୁଛି ତ କିଏ ବଡ ବଡ଼ ପାର୍କରେ। ଆଉ କିଏ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି। କିନ୍ତୁ ଗଞ୍ଜାମ ଜିଲ୍ଲା କୋଦଳା ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ରଶ୍ମିରଞ୍ଜନ ପଣ୍ଡାଙ୍କ ସୁପୁତ୍ର ରେୟାନ୍ସଙ୍କ ଦ୍ୱିତୀୟ ଜନ୍ମ ଦିନକୁ ନିଆରେ ଢଙ୍ଗରେ ପାଳନ କରିଛନ୍ତି । ରେୟାନ୍ସ୍ ନିଜ ବାପା ମା ଙ୍କ ସହ ବ୍ରହ୍ମପୁର ବୈକୁଣ୍ଠ ନଗର ତୃତୀୟ ଲାଇନ୍ ରେ ଥିବା ନିର୍ମଳ ଶିଶୁ ଭବନ ବା ନିର୍ମଳ ହୃଦୟ ଆଶ୍ରମ ପରିସରରେ ପହଞ୍ଚି ସେଠାରେ ଥିବା ଅନ୍ତେବାସୀ ମାନଙ୍କୁ ବିସ୍କେଟ,ଚକୋଲେଟ୍,କଦଳୀ , ମିଠା,ଡ୍ରେସ ଆଦି ଦେଇ ନିଜ ଜନ୍ମ ଦିନ ପାଳନ କରିଥିଲେ । ତାଙ୍କରି ଏହିଭଳି କାର୍ଯ୍ୟକୁ ଅନୁଷ୍ଠାନ କର୍ତ୍ତୃପକ୍ଷ ଏବଂ ଅନ୍ୟମାନେ ପ୍ରଶଂସା କରିବା ସହ ତାଙ୍କର ଉନ୍ନତି କାମନା କରିଥିଲେ । ରେୟାନ୍ସଙ୍କ ଜନ୍ମ ଦିନରେ ତାଙ୍କରି ବାପା ରଶ୍ମିରଞ୍ଜନ ପଣ୍ଡା, ମା ବିଷ୍ଣୁପ୍ରିୟା ପଣ୍ଡା ସମେତ ଅନ୍ୟମାନେ ସମସ୍ତେ ଆଶ୍ରିବାଦ ପ୍ରଦାନ ସହ ଦୀର୍ଘାୟୁ କାମନା କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )