୨୧ ଠକଙ୍କୁ ବାନ୍ଧିଲା ଭଞ୍ଜନଗର ପୋଲିସ; ବହୁ ମୋବାଇଲ, ବ୍ୟାଟେରୀ, ମଦର ବୋର୍ଡ଼, ଚୋରା ଗାଡ଼ି ଜବତ ।

0 223

ଭଞ୍ଜନଗର, ୩୧/୦୧(ପିପିଟି):ଭଞ୍ଜନଗର ପୋଲିସ ଏକ ୨୧ଜଣିଆ ଠକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି।ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ପୋଲିସ କିଛି ଦିନ ହେଲା ଠକ ଓ ଚୋରଙ୍କ ଉପରେ ନଜର ରଖିଥିଲା।ଗତକାଲି ପେଟ୍ରୋଲିଂ ସମୟରେ ସବଇନିସ୍ପେକ୍ଟର ସମୀର ସେଠୀ ଓ ଅନ୍ୟ ପୋଲିସ କର୍ମଚାରୀ କିଛି ଠକଙ୍କ ସମ୍ପର୍କରେ ସୂଚନା ପାଇ ସେମାନଙ୍କ ଘରକୁ ଯାଇ ଖାନ୍ ତଲାସ କରିଥିଲେ।ଏହି ସମୟରେ ବହୁ ପରିମାଣରେ ପୁରୁଣା ମୋବାଇଲ, ବ୍ୟାଟେରୀ, ମଦର ବୋର୍ଡ଼, ଚୋରା ଗାଡ଼ି ଆଦି ଓ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର ହୋଇଥିଲା।ଏସଂକ୍ରାନ୍ତରେ ପଶ୍ଚିମବଙ୍ଗ ଅଞ୍ଚଳର ୨୦ଜଣ ଓ ସେମାନଙ୍କୁ ନକଲି ଗାଡ଼ି ନମ୍ବର ପ୍ଲେଟ ଯୋଗାଉଥିବା ଜଣେ ବ୍ୟକ୍ତିକୁ ମଧ୍ୟ ଗିରଫ କରାଯାଇଛି।ଅଭିଯୁକ୍ତ ମାନେ ଦିନରେ ବିଭିନ୍ନ ଗ୍ରାମାଞ୍ଚଳରେ ଘରକୁ ଘର ବୁଲି ଲୋକଙ୍କ ଠାରୁ ପୁରୁଣା ମୋବାଇଲ ଆଦି ସଂଗ୍ରହ କରୁଥିଲେ।କେଉଁ ଉଦ୍ଦେଶ୍ୟରେ ସେମାନେ ଏସବୁ ଆଣୁଥିଲେ ଏବଂ କାହାକୁ ସେସବୁ ଯୋଗାଉଥିଲେ ତାହାକୁ ନେଇ ତଦନ୍ତ ଚାଲିଛି।ସେମାନଙ୍କ ଠାରୁ ମୋଟ ୧୦୬୬ଟି ମୋବାଇଲ,୧୨୭୫ଟି ବ୍ୟାଟେରୀ,୪୨୪ଟି ମଦର ବୋର୍ଡ଼,୫ଟି ଟାବଲେଟ,୯ଟି ନକଲି ନମ୍ବର ପ୍ଲେଟ,୧୧ଟି ମୋଟର ସାଇକେଲ, କିଛି ଅଳଙ୍କାର ଓ ନଗଦ ପ୍ରାୟ ୧୦ହଜାର ଟଙ୍କା ଜବତ କରାଯାଇଛି।ଜବତ ହୋଇଥିବା ଜିନିଷପତ୍ରର କୌଣସି କାଗଜପତ୍ର ନଥିବାରୁ ତାହା ଚୋରି ସାମଗ୍ରୀ ହୋଇଥିବାରୁ ଭଞ୍ଜନଗର ଥାନା କେଶ ନଂ ୯୨/୨୬ରେ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆଜି ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ଓ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ଼. ଦୀପକ କୁମାର ମିଶ୍ର ସୂଚନା ଦେଇଛନ୍ତି।ଏଥିରେ ଭଞ୍ଜନଗର ଆଇଆଇସି ଜୀବନାନନ୍ଦ ଜେନାଙ୍କ ସମେତ ଏସଆଇ ସମୀର ସେଠୀ, ଲଷ୍ମୀଧର ମହାନ୍ତି, ଜ୍ୟୋସ୍ନା ସାହୁ, ଲିପିନା ବିଶ୍ୱାଳ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ରିପୋର୍ଟ୍ -(ଜେ କେ ପଟ୍ଟନାୟକ)

Leave A Reply

Your email address will not be published.