୨୧୭ ଫେରାର ଅଭିଯକ୍ତ ଘର ଆଗରେ ଲଟକା ଲଗାଯିବା ପରେ ୧୬ ଜଣ ଙ୍କ ଆତ୍ମସମର୍ପଣ – ଗଞ୍ଜାମ ଏସପି ।

0 357

ଛତ୍ରପୁର,୦୮/୦୭: ଗଞ୍ଜାମ ପୁଲିସ ଜିଲା ପକ୍ଷରୁ ବିଭିନ୍ନ ଥାନା ପକ୍ଷରୁ ଫେରାର ଅଭିଯୁକ୍ତ ଘରେ ଆଗରେ ନୋଟିସ ଲଗାଯାଇଥିଲା । ଗଞ୍ଜାମ ପୁଲିସ ଜିଲାର ବିଭିନ୍ନ ଥାନା ପକ୍ଷରୁ ୨୧୭ ଜଣ ଙ୍କ ଘରେ ଆଗରେ ନିଟୋସ ଲଗାଯାଇଥିଲା । ଏହିମାନେ ଫେରାର ରହୁଥିବାରୁ ବିଭିନ୍ନ କୋର୍ଟରେ ଚାଲିଥିବା ମାମଲାର ଅଗ୍ରଗତିରେ ବିଳମ୍ବ ହେଉଥିଲା । ଯାହାଫଳରେ ଗଞ୍ଜାମ ଏସପି ସୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଡ୍ରାଇଭ ଚାଲିଥିଲା । କିପରି ଏହି ଅପରାଧିମାନେ କୋର୍ଟରେ ହାଜିର ହେବେ ସେନେଇ ପୁଲିସ ପକ୍ଷରୁ ସେମାନଙ୍କ ଘର ଆଗରେ ଲଟକା ଲଗାଯାଇଥିଲା । ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନ୍‌ଏସ୍‌ଏସ୍‌) ୮୪ ଓ ୮୫ ଧାରାରେ ଏହି ନୋଟିସ ଲଗାଯାଉଥିଲା ଏବଂ ନୋଟିସ ଲଗାଯିବାର ୩୦ ଦିନ ମଧ୍ୟରେ କୋର୍ଟରେ ହାଜିର ହେବାକୁ କୁହାଯାଇଥିଲା ନଚେତ ସେମାନଙ୍କ ସମ୍ପତି ବ୍ୟଜପ୍ତି ହେବବୋଲି କୁହାଯାଇଥିଲା । ଏହି ପରିପେକ୍ଷିରେ ୨୧୭ ଫେରରା ମଧ୍ୟରେ ୧୬ ଜଣ ଆତ୍ମସମର୍ପଣ କରିଥିବା ବେଳେ ୫ଜଣକୁ ପୁଲିସ ଧରିଥିବା ବେଳେ ୩ଜଣଙ୍କ ଦେହନ୍ତା ହୋଇଛନ୍ତି ଗଞ୍ଜାମ ଏସପି ସୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି । ଯେଉଁ ମାନଙ୍କ ଘର ଆଗରେ ଏହି ଲଟକା ଲଗାଯାଇଛି ଏହା ଲଗାଯିବାର ୩୦ ଦିନ ସମୟ ସେମାନଙ୍କୁ ଦିଆଯାଇଛି, ଏହି ୩୦ ଦିନ ମଧ୍ୟରେ ସେମାନେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ପୁଲିସ ଏହି ଲଟକା ଲଗାଇବା ପରେ ବିଭିନ୍ନ ଥାନା ପକ୍ଷରୁ ସଫଳତା ହାସଲ କରିଛନ୍ତି, ଆଗକୁ ମଧ୍ୟ ଫେରାର ଅଭିଯୁକ୍ତ ମାନେ ଆତ୍ମସମର୍ପଣ କରିବାର ଆଶଙ୍କା ରହିଛି । ଗଞ୍ଜାମ ପୁଲିସ ଜିଲାର ୨୪ ଥାନା ପକ୍ଷରୁ ୨୧୭ଟି ଫେରାର ଅଭିଯୁକ୍ତଙ୍କ ଘରେ ଆଗରେ ନୋଟିସ ଲଗାଯାଇଥିଲା । ଭଞ୍ଜନଗର ପୁଲିସ ଥାନା ପକ୍ଷରୁ ୧୫ ଜଣଙ୍କ ଘର ଆଗରେ ନୋଟିସ ଲଗାଯାଇଥିବା ବେଳେ ଜଗନ୍ନାଥପ୍ରସାଦରେ ୫ଜଣ, ବେଲଗୁଣ୍ଠାରେ ୨, ତାରସିଂରେ ୧୪, ଗାଙ୍ଗପୁରରେ ୨୧, ବୁଗୁଡା ୧୭, ଆସିକା ୧୧, କୋଟିନଡା ୩, ଶେରଗଡ ୯, ଧରାକୋଟ ୧୦, ବଡଗଡ ୮, ସୋରଡା ୧୬, ପାତ୍ରପୁର ୩, ହିଞ୍ଜିଳି ୧୨, ପୁରୁଷୋତମପୁର ୭, କବିସୂର୍ଯ୍ୟନଗର ୩, ପୋଲସରା ରେ ସର୍ବାଧିକ ୨୭, କୋଦଳା ୧୧, ବେଗୁନିଆପଡା ୪, ଛତ୍ରପୁର ୭, ଚମାଖଣ୍ଡି ୨, ରମ୍ଭା ୪, ଖଲ୍ଲିକୋଟ ୬ ଓ ଗଞ୍ଜାମ ଥାନା ପକ୍ଷରୁ ୧ । ତାରସିଂ,ପାତ୍ରପୁର ଓ ରମ୍ଭା ପୁଲିସ ପକ୍ଷରୁ ଜଣେ ଲେଖାଏଁ ଫେରାର ଅଭିଯୁକ୍ତକୁ ଧରିଥିବା ବେଳେ ପୁରୁଷୋତମପୁର ପୁଲିସ ୨ଜଣକୁ ଧରିଛି । ସେହିପରି ପୋଲସରାରେ ସର୍ବାଧିକ ୭ଜଣ ଆତ୍ମସମର୍ପଣ କରିଥିବା ବେଳେ କୋଦଳାରେ ୪ଜଣ,ଛତ୍ରପୁର ୨ଜଣ ଓ ଶେରଗଡ,ବଡଗଡ, ପୁରୁଷୋତମପୁରରୁ ଜଣେ ଲେଖାଏଁ ଆତ୍ମସମର୍ପଣ କରିଛନ୍ତି । ସେହିପରି କୋଦଳା,ରମ୍ଭା ଓ ଖଲ୍ଲିକୋଟ ଥାନା ଅଞ୍ଚଳରେ ଜଣେ ଲେଖାଏଁ ଫେରାର ଅଭିଯୁକ୍ତଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.